ପଶ୍ଚିମବଙ୍ଗ ସୀମାରେ ଅଟକିଛି ଅଣ୍ଡା ଓ କୁକୁଡା ଗାଡ଼ି।

ପଶ୍ଚିମବଙ୍ଗ ସୀମାରେ ଅଟକିଛି ଅଣ୍ଡା ଓ କୁକୁଡା ଗାଡ଼ି। ଆନ୍ଧ୍ରପ୍ରଦେଶରୁ ଆସିଥିବା ଅଣ୍ଡା ଓ କୁକୁଡା ବୋଝେଇ ଟ୍ରକ୍‌ ଗୁଡ଼ିକୁ ୨୪ ଘଣ୍ଟା ହେଲା କୋଲକାତା ପୁଲିସ୍‌ ଅଟକାଇ ରଖିଛି। ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ କରି ଯେଉଁ ଆଳୁ ସଙ୍କଟ ସୃଷ୍ଟି କରିଥିଲେ, ତାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଏକପ୍ରକାର ଛକ୍କାପଞ୍ଝା ଚାଲିଥିଲା । ଆଳୁ ସଙ୍କଟ ନେଇ ଓଡ଼ିଶାରେ ଭାଳେଣି ପଡିଥିବାବେଳେ ରାଜନୀତି ମଧ୍ୟ ଜୋର ଧରିଥିଲା। ଶାସକ ବିରୋଧୀ ମୁହାଁମୁହିଁ ହୋଇଥିବାବେଳେ ସାଧାରଣ ଖାଉଟି ଅଡୁଆରେ ପଡିଥିଲେ।

ଆସାମ ଓ ଓଡ଼ିଶାର ପଡ଼ୋଶୀ ପଶ୍ଚିମବଙ୍ଗ ଅଣ୍ଡା ଏବଂ କୁକୁଡ଼ା ପାଇଁ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରୁଛନ୍ତି। ପ୍ରତିଦିନ ଶହଶହ ଗାଡ଼ି ଓଡ଼ିଶା ଦେଇ ପଶ୍ଚିମବଙ୍ଗ ଓ ଆସାମ ଯିବା ଆସିବା କରିଥାଏ। ଗୁରୁବାର ସକାଳଠାରୁ ଆନ୍ଧ୍ରପ୍ରଦେଶରୁ ଆସିଥିବା ୭୦ ଅଧିକ ଅଣ୍ଡା ଓ କୁକୁଡ଼ା ବୋଝେଇ ଟ୍ରକକୁ ସୋନା କଣିଆ ଚେକ୍‌ଗେଟ୍‌ ପାଖରେ ପଶ୍ଚିମବଙ୍ଗର ଦାନ୍ତୋନ ପୁଲିସ୍‌ ଅଟକାଇ ରଖିଛି। ଆଗକୁ ଯିବା ପାଇଁ ଦେଉନାହିଁ। କାରଣ ପଚାରିଲେ ଓଡ଼ିଶାରେ ବାର୍ଡ ଫ୍ଲୁ ବ୍ୟାପିଥିବାରୁ ଅଣ୍ଡା ଓ କୁକୁଡ଼ା ଗାଡ଼ିକୁ ଆଗକୁ ଯିବା ପାଇଁ ଅନୁମତି ନାହିଁ। ଅନେକ ଗାଡ଼ିକୁ ପଶ୍ଚିମବଙ୍ଗ ପୋଲିସ ଫେରାଇଦେଇଥିବା ଦେଖିବାକୁ ମିଳିଛି ।

ଅଧିକ ପଢନ୍ତୁ

kc ads