ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର ପରିସ୍ଥିତି ଚିନ୍ତାଜନକ। ଯୁଦ୍ଧକୁ ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି, ଯାହା ଭାରତ ପାଇଁ ଅଭୂତପୂର୍ବ ଚ୍ୟାଲେଞ୍ଜ ସୃଷ୍ଟି କରିଛି।” ସେ ଏହା ମଧ୍ୟ କହିଛନ୍ତି ଯେ ହର୍ମୁଜ ପ୍ରଣାଳୀରେ ଅବରୋଧ ଅସହ୍ୟ।ପ୍ରଧାନମନ୍ତ୍ରୀ, ସଙ୍କଟ ସମୟରେ ଫାଇଦା ଉଠାଉଥିବା ଲୋକଙ୍କୁ ଚେତାବନୀ ଦେଇ କହିଛନ୍ତି ‘ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କୁ ସଫଳ ହେବାକୁ ଦିଆଯିବନି।କଳାବଜାରୀଙ୍କ ବିରୋଧରେ ସରକାର କଡ଼ା ପଦକ୍ଷେପ ନେବେ ଏବଂ ତାଙ୍କୁ କଠୋର ଦଣ୍ଡ ଦିଆଯିବ।’’ ପିଏମ କହିଛନ୍ତି, ଆମକୁ ବହୁତ ସାବଧାନ ଏବଂ ସତର୍କ ରହିବାକୁ ହେବ। ପରିସ୍ଥିତିର ଫାଇଦା ଉଠାଉଥିବା ଲୋକେ ମିଛ ପ୍ରଚାର କରିବାକୁ ଚେଷ୍ଟା କରିବେ। ଏମିତି ଲୋକଙ୍କ ଚେଷ୍ଟାକୁ ସଫଳ ନହେବା ଦରକାର।’’ଲୋକସଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପଶ୍ଚିମ ଏସିଆରେ ଯୁଦ୍ଧ ଭାରତ ସମ୍ମୁଖରେ ଅନେକ ଅପ୍ରତ୍ୟାଶିତ ଚ୍ୟାଲେଞ୍ଜ ଠିଆ କରି ଦେଇଛି। କିନ୍ତୁ ସରକାର ସ୍ଥିତିରୁ ବର୍ତ୍ତିବା ପାଇଁ ସଜାଗ ଓ ତତ୍ପର ଅଛନ୍ତି।ସେ ଗୃହରେ ଦେଇଥିବା ଏତ ବକ୍ତବ୍ୟରେ ଏହା ମଧ୍ୟ କହିଛନ୍ତି ଯେ, ସରକାର ଏହା ସୁନିଶ୍ଚିତ କରୁଛନ୍ତି ଯେ, ଦେଶରେ ପେଟ୍ରୋଲ , ଡିଜେଲ ଓ ଏଲପିଜିର ଅଭାବ ନହେଉ କି ଲୋକେ ଦେଶରେ ସମସ୍ୟାରେ ନରୁହନ୍ତୁ। ପ୍ରଧାନମନ୍ତ୍ରୀ ମୋଦି ଗୃହକୁ କହିଛନ୍ତି, ଦେଶ ନିକଟରେ ୫୩ ଲକ୍ଷ ମେଟ୍ରିକ୍ଟନ୍ର ରଣନୀତିକ ପେଟ୍ରୋଲିୟମ ଭଣ୍ଡାର ଅଛି।ସେ କହିଛନ୍ତି, ଯଥା ସମ୍ଭବ ମାଧ୍ୟମରେ ପେଟ୍ରୋଲ ଓ ଗ୍ୟାସର ଉପଲବ୍ଧତା ସୁନିଶ୍ଚିତ କରିବାକୁ ଚେଷ୍ଟା କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆମେ ଆମର ସମସ୍ତ ବିଶ୍ୱ ଅଂଶୀଦାରଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛୁ, ଏବଂ ଅନେକ ଜାହାଜ ଭାରତରେ ପହଞ୍ଚି ସାରିଛି। ଏହି ସଙ୍କଟ ସମୟରେ, ଦେଶର ଆଉ ଏକ ପଦକ୍ଷେପ ଲାଭଦାୟକ ପ୍ରମାଣିତ ହେଉଛି: ଇଥାନଲ ମିଶ୍ରଣ ଉପରେ ଆମର କାର୍ଯ୍ୟ ଆମକୁ ଶକ୍ତି ପ୍ରଦାନ କରୁଛି। ଆମର ମିଶନଗୁଡ଼ିକ ନିୟମିତ ଭାବରେ ପରାମର୍ଶ ଜାରି କରୁଛନ୍ତି।
