ପଶ୍ଚିମ ଓଡ଼ିଶାରେ ହେବ ନୂଆ ଚିଡ଼ିଆଘର:ପ୍ରଭାତୀ ପରିଡା

ପଶ୍ଚିମ ଓଡ଼ିଶାରେ ହେବ ଚିଡ଼ିଆଖାନା । ବିଶ୍ବ ପର୍ଯ୍ୟଟନ ଦିବସ ଉପଲକ୍ଷେ ଜୟଦେବ ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପଶ୍ଚିମ ଓଡ଼ିଶାରେ ନୂଆ ଚିଡ଼ିଖାନା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି ।ଓଡିଶାର ପର୍ଯ୍ୟଟନ ବିକାଶ ପାଇଁ ଅନେକ ଯୋଜନା କରିଛି ରାଜ୍ୟ ସରକାର । ସମ୍ବଲପୁର ଚିଡ଼ିଆଖାନାର ସମ୍ପ୍ରସାରଣ କରିପାରନ୍ତି ରାଜ୍ୟ ସକରାର । ଓଡିଶାରେ ଆଡଭେଞ୍ଚର ସ୍ପୋର୍ଟ୍ସ ପାଇଁ ଅନେକ ସୁଯୋଗ ରହିଛି ।ଆଡଭେଞ୍ଚର ସ୍ପୋର୍ଟ୍ସ ତଥା ଏହାର ପଲିସି ବିଷୟରେ ଅଧିକ ଜାଣିବା ପାଇଁ ଆସନ୍ତା ସପ୍ତାହ ମେଘାଳୟ ଗସ୍ତରେ ଯିବେ ମନ୍ତ୍ରୀ । ଓଡିଶା ଫେରିବା ପରେ ଆଡଭେଞ୍ଚର ସ୍ପୋର୍ଟ୍ସ ଉପରେ ଅନେକ କାମ କରାଯିବ ବୋଲି ସେ କହିଛନ୍ତି । ଏଥି ସହ ଓଡ଼ିଶାରେ ବୁଦ୍ଧିଷ୍ଟ କରିଡର ପ୍ରତି ଗୁରୁତ୍ବଦିଆଯିବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଅଧିକରୁ ଅଧିକ ଇକୋ ଟୁରିଜିମ୍‌ର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ଅଧିକ ପଢନ୍ତୁ