ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପୁରୀ ଶ୍ରୀମନ୍ଦିର ସୁରକ୍ଷା କଡ଼ାକଡ଼ି । ଶ୍ରୀମନ୍ଦିର ଉପରେ ଆତଙ୍କୀଙ୍କ ଆଖି ଥିବା ନେଇ ପୂର୍ବରୁ ଗୁଇନ୍ଦା ସତର୍କ କରାଇଛି । ତେଣୁ ଶ୍ରୀମନ୍ଦିରକୁ କଡ଼ା ସୁରକ୍ଷା ମଧ୍ୟରେ ରଖିବା ପାଇଁ ପୁଲିସକୁ ସଜାଗ କରାଯାଇଛି । ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ୧୨ ପ୍ଲାଟୁନ ଫୋର୍ସଙ୍କୁ ଆଲର୍ଟ କରାଯାଇଛି ବୋଲି କହିଛନ୍ତି ପୁରୀ ଏସପି । ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଚେକିଂ କଡ଼ାକଡ଼ି କରାଯାଉଛି । ଆଣ୍ଟି ସାବୋଟେଜ୍ ଟିମ୍ ମାଧ୍ୟମରେ ନିୟମିତ ଚେକ୍ ହେଉଛି । ଶ୍ରଦ୍ଧାଳୁଙ୍କୁ ଚାରିଦ୍ୱାରେ ଫ୍ରିସ୍କିଂ କରାଯାଇ ଭିତରକୁ ଛଡ଼ାଯାଉଛି । DFMD ଓ HHMD ମେସିନ ମାଧ୍ୟମରେ ଯାଞ୍ଚ ସହ ଫିଜିକାଲ ଚେକିଂ ମଧ୍ୟ କରାଯାଉଛି । ଅନ୍ୟପଟରେ ପୁରୀର ଚାରି ସାମୁଦ୍ରିକ ଥାନାକୁ ମଧ୍ୟ ଆଲର୍ଟ କରାଯାଇଥିବା ପୁରୀ ଏସପି କହିଛନ୍ତି ।
