ଜମ୍ମୁ କଶ୍ମୀରର ପହଲଗାମରେ ଆକ୍ରମଣକୁ ନେଇ ସମଗ୍ର ଦେଶ ପ୍ରତିଶୋଧ ନିଆଁରେ ଜଳୁଛି। ବିଭିନ୍ନ ମହଲରୁ ଏହି ଲୋମହର୍ଷଣକାରୀ ଘଟଣାକୁ ନିନ୍ଦା କରାଯାଉଛି। ମଙ୍ଗଳବାର ଅପରାହ୍ନରେ ଜମ୍ମୁ-କାଶ୍ମୀର ପହଲଗାମ୍ରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବାବେଳେ ୧୭ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆତଙ୍କବାଦୀମାନେ ପହଲଗାମ୍ ଭ୍ରମରେ ଆସିଥିବା ପର୍ଯ୍ୟଟକ ମାନଙ୍କୁ ତାଙ୍କର ଧର୍ମ ପଚାରି ଗୁଳି କରିଛନ୍ତି। ଏହାରି ଭିତରେ ଆତଙ୍କୀ ହମଲା ପରେ ପୁରା ସଜାଗ ଅଛନ୍ତି ରାଜ୍ୟ ସରକାର। ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ଘଟଣାକୁ ନେଇ ଉଚ୍ଚସ୍ତରୀୟ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟରେ ରହିଥିବା ଅନୁପ୍ରବେଶକାରୀଙ୍କ ଉପରେ ତୀକ୍ଷ୍ମ ନଜର ରଖାଯାଇଛି । ସବୁ ପରିସ୍ଥିତିକୁ ମୁକାବିଲା ପାଇଁ ନିର୍ଦେଶ ଦିଆଯାଇଛି ।
