ପହଲଗାମ ଆକ୍ରମଣରେ ଆଉ ଜଣେ ଓଡ଼ିଆଙ୍କ ମୃତ୍ୟୁ

ମଙ୍ଗଳବାର ଅପରାହ୍ନରେ ଜମ୍ମୁ-କଶ୍ମୀରର ପହଲଗାମ୍‌ ଜିଲାରେ ହୋଇଥିବା ଆତଙ୍କବାଦୀଙ୍କ ଆକ୍ରମଣରେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ୍‌ ଲାଠୋର ଗ୍ରାମର ଦିନେଶ ଅଗ୍ରୱାଲ(୪୫) ପ୍ରାଣ ହରାଇଛନ୍ତି। ଏହି ଖବର ବୁଧବାର ଜଣାପଡିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଦୀନେଶ ୨୦ତମ ବିବାହ ବାର୍ଷିକୀ ମନାଇବା ପାଇଁ ସ୍ତ୍ରୀ, ପୁଅ ଓ ଝିଅଙ୍କ ସହ କାଶ୍ମୀର ଯାଇଥିଲେ । ଦିନେଶ ଲାଠୋର ଗ୍ରାମର ସ୍ବର୍ଗତ ପ୍ରୟାଗଚାନ୍ଦ ଅଗ୍ରୱାଲଙ୍କ ସାନ ପୁଅ l ସେ ଗ୍ରାମର ଶ୍ରୀ ଦୁର୍ଗେଶ୍ୱରୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିବା ପରେ ବାପାଙ୍କ ବ୍ୟବସାୟ ସମ୍ଭାଳିଥିଲେ। ପ୍ରାୟ ୧୦ ବର୍ଷ ହେବ ଦିନେଶ ଛତିଶଗଡ଼ ରାୟପୁରକୁ ପରିବାର ସହ ଯାଇ ସେଠାରେ ଷ୍ଟିଲ ବ୍ୟବସାୟ କରୁଥିଲେ। ଜଣେ ଜଣାଶୁଣା ବ୍ୟବସାୟୀ ଭାବେ ସେଠାରେ ପରିଚିତ ଥିଲେ।

ସେହିପରି ଜମ୍ମୁ କଶ୍ମୀରର ପହଲଗାମରେ ମଙ୍ଗଳବାର ଅପରାହ୍ଣରେ ଘଟିଥିବା ଆତଙ୍କବାଦୀଙ୍କ ଗୁଳିମାଡ଼ର ଶିକାର ହୋଇଛନ୍ତି ବାଲେଶ୍ବର ଜିଲ୍ଲାର ରେମୁଣା ଇଷାଣୀ ଗାଁର ପ୍ରଶାନ୍ତ ଶତପଥୀ । ଗତକାଲି ଜନ୍ମମାଟିରେ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ ପହଞ୍ଚିଛି ।

ଅଧିକ ପଢନ୍ତୁ

kc ads