ପହଲଗାମ ଆକ୍ରମଣ ପ୍ରତିବାଦରେ କ୍ୟାଣ୍ଡଲ ଶୋଭାଯାତ୍ରା

ନୟାଗଡ଼,(ଓଡ଼ିଶା ଦର୍ପଣ):ଜାମ୍ମୁ ଓ କାଶ୍ମୀରର ପହଲଗାମ୍  ପର୍ଯ୍ୟଟନ ସ୍ଥଳରେ ଗତ ୨୨ ତାରିଖରେ  ଆତଙ୍କବାଦୀଙ୍କ ବର୍ବରୋଚିତ ଆକ୍ରମଣରେ ପ୍ରାଣହରାଇଥିବା ୨୯ ଜଣ ନିରୀହ ଭାରତୀୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମା ‘ ଫାଉଣ୍ଡେସନ, ନୟାଗଡ଼ ତରଫରୁ ସ୍ଥାନୀୟ ଟ୍ରାଫିକ ଛକ ଠାରୁ ଆରମ୍ଭ ହୋଇ  ତ୍ରିନାଥ ଛକ ଗାନ୍ଧୀ ପ୍ରତିମୂର୍ତ୍ତୀ ପର୍ଯ୍ୟନ୍ତ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l  ଅନୁଷ୍ଠାନର ସଭାପତି ବସନ୍ତ କୁମାର ମିଶ୍ର ପୌରହିତ୍ୟରେ ଓ  ସମ୍ପାଦକ ରଂଜନ ରଶ୍ମି ଜେନାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ୧୦୮ଟି ମହମବତୀ ଜାଳି ଶହୀଦମାନଙ୍କ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା l  ଭାରତ ସମସ୍ତ ଧର୍ମକୁ ସମ୍ମାନ  ଗୁରୁତ୍ୱ ପ୍ରଦାନ କରୁଥିବା ବେକେ,ଏହି ନିନ୍ଦନୀୟ ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କ ଧର୍ମର ପ୍ରମାଣ ଖୋଜିଖୋଜି ଗୁଳି କରି ହତ୍ୟା କରିବା ଏକ ଅତ୍ୟନ୍ତ ନିନ୍ଦନୀୟ ଓ ଅକ୍ଷମଣୀୟ ଘଟଣା ବୋଲି ମତବ୍ୟକ୍ତ କରାଯାଇଥିଲା l ଭାରତ ସରକାର ଏଭଳି ଲୋମହର୍ଷକାରୀ ଘଟଣା ଘଟାଇଥିବା ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ଉପସ୍ଥିତି ଥିବା ମହାନୁଭବ ଓ ସମାଜିକ କର୍ମୀମାନେ ସରକାରଙ୍କ ପାଖରେ ଦୃଢଦାବୀ କରିଥିଲେ l ଏହି ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଫେସର ଆଶୁତୋଷ ମିଶ୍ର, ପୁରୀ ସାଂସଦଙ୍କ ପି.ଏସ. ୟୁ ଜ୍ୟୋତିଲାଲ ମାର୍ଥା, ବରିଷ୍ଠ କବି ପ୍ରଭାତ ମିଶ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ଅଧିକ ପଢନ୍ତୁ

kc ads