ପହଲଗାମ କାଣ୍ଡକୁ ପୂରିଲା ମାସେ

ପହଲଗାମ ଘଟଣାକୁ ପୂରିଲା ମାସେ । ଅପ୍ରେଲ ୨୨ ତାରିଖରେ ଜମ୍ମୁକାଶ୍ମୀରର ପହଲଗାମରେ ଆତଙ୍କବାଦୀ ରଚିଥିଲେ ବର୍ବରକାଣ୍ଡ । ଆତଙ୍କୀଙ୍କ ଆକ୍ରମଣରେ ଲିଭିଯାଇଥିଲା ୨୬ ଜଣଙ୍କ ଜୀବନ ଦୀପ । ଆଉ ପହଲଗାମ୍ ହମଲା ସାରା ବିଶ୍ବକୁ ଦୋହଲାଇ ଦେଇଥିଲା । । ୪ ଜଣ ଆତଙ୍କବାଦୀ ପର୍ଯ୍ୟଟକଙ୍କୁ ପ୍ରଥମେ ଧର୍ମ ପଚାରିବା ପରେ ଗୁଳି କରିଥିଲେ । ବିଶେଷକରି ହିନ୍ଦୁ ପର୍ଯ୍ୟଟକମାନଙ୍କୁ ହତ୍ୟା କରାଯାଇଥିଲା । ମୋଟ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଜମ୍ମୁକାଶ୍ମୀରର ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଓଡ଼ିଶାର ପ୍ରଶାନ୍ତ ଶତପଥୀଙ୍କର ଏହି ଆତଙ୍କୀ ଆକ୍ରମଣରେ ଜୀବନ ଯାଇଥିଲା । ଆତଙ୍କୀ ସଂଗଠନ ଲସ୍କର-ଇ-ତୋଏବାର ଛାୟା ସଂଗଠନ ଟିଆରଏଫ ଏହି ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା । ତେବେ ୟା ଭିତରେ ସେହି ଅମଙ୍ଗଳ ମଙ୍ଗଳବାରକୁ ୩୦ ଦିନ ପୂରିଥିବା ବେଳେ ଆତଙ୍କୀଙ୍କୁ ନିପାତ କରିବାକୁ ମେ ୬ ମଧ୍ୟରାତ୍ରିରେ ବଡ ଷ୍ଟ୍ରାଇକ୍ ହୋଇଥିଲା। ଭାରତ ପାକ୍ ଆଖିରୁ ନିଦ ହଜାଇ ଦେଇଥିବା ବେଳେ ହାଲକା ନିଦରେ ଟିକେ ଘୁମେଇ ପଡିଥିବା ପାକିସ୍ତାନ ଉପରେ ଅଧରାତିରେ ଏୟାର ଷ୍ଟ୍ରାଇକ୍ କରି ବଦଲା ନେଇଥିଲା ଭାରତ । ପ୍ରଥମେ ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡାକୁ ଧ୍ବଂସ କରିଥିଲା ଭାରତ । ଏହାପରେ ପାକିସ୍ତାନ ଆକ୍ରମଣାତ୍ମକ ମନୋଭାବ ଦେଖାଇବା ପରେ ପାକିସ୍ତାନର ୧୧ଟି ଏୟାରବେସକୁ ଟାର୍ଗେଟ୍ କରିଥିଲା ଭାରତ । ଏଥିରେ ପାକିସ୍ତାନର ବ୍ୟାପକ କ୍ଷତି ଘଟିଥିଲା । ସିନ୍ଦୂରର ବଦଲା ଅପରେସନ ସିନ୍ଦୂର ନେଇଥିଲା ।

ଅଧିକ ପଢନ୍ତୁ

kc ads