ପହଲଗାମ୍ ଆତଙ୍କୀ ହମଲାରେ ସାମିଲ ଆତଙ୍କୀଙ୍କ ଉପରେ ବଡ଼ ଆକ୍ସନ। ପହଲଗାମ ଆକ୍ରମଣରେ ଆତଙ୍କବାଦୀ ଆସିଫ ଶେଖ ଏବଂ ଆଦିଲ ଗୁରିଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା। ପୋଲିସ ଆସିଫ ଏବଂ ଆଦିଲଙ୍କ ଘରକୁ ସର୍ଚ୍ଚ ଅପରେଶନ କରିବାକୁ ଯାଇଥିଲା। ଏହି ସମୟରେ ତାଙ୍କ ଘର ବିସ୍ଫୋରଣରେ ଉଡ଼ାଇ ଦିଆଯାଇଥିଲା। ତାଙ୍କ ଘରେ ମଧ୍ୟ ସନ୍ଦେହଜନକ ଜିନିଷ ଥିଲା ବୋଲି ପୋଲିସ କହିଛି।ସେହିପରି ବୁଲଡୋଜର ଚଢାଉ ଅନ୍ୟ ଜଣେ ଅଭିଯୁକ୍ତ ଆଦିଲ ଶେଖର ଘର ଭାଙ୍ଗିଦେଇଛନ୍ତି ଜାମ୍ମୁ କାଶ୍ମୀର ପ୍ରଶାସନ।ଅନ୍ୟପକ୍ଷରେ, ଜମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖାରେ କିଛି ସ୍ଥାନରେ ପାକିସ୍ତାନ ଗୁଳି ଚଳାଇଥିଲା, ଏହାର ଭାରତୀୟ ସେନା ଉଚିତ ଜବାବ ଦେଇଥିଲା। ସାମରିକ ସୂତ୍ର ଅନୁଯାୟୀ, ଏହି ସମୟ ମଧ୍ୟରେ କୌଣସି ମୃତାହତର ଖବର ମିଳିନାହିଁ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଉଭୟ ପକ୍ଷ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ ପାକିସ୍ତାନୀ ସେନା ଗୁଳି ଚଳାଇଥିଲା।
