ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ସମୟ ନିର୍ଘଣ୍ଟ ବଦଳିବ ।ପ୍ରତିବର୍ଷ ଭଳି ଗ୍ରୀଷ୍ମଋତୁ ସାଙ୍ଗକୁ ଦିନ ବଡ ଯୋଗୁଁ ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ଆସନ୍ତା ଏପ୍ରିଲ ପହିଲାରୁ ସକାଳ ୭ଟା ୩୦ରେ ଖୋଲି ସନ୍ଧ୍ୟା ୫.୩୦ଟାରେ ବନ୍ଦ ହେବ ।ଏହି ନିୟମ ୨୦୨୬ ସେପ୍ଟମ୍ବର ୩୦ ପର୍ଯ୍ୟନ୍ତ ଲାଗୁ ରହିବ । ସପ୍ତାହର ପ୍ରତି ସୋମବାର ଉଭୟ ଉଦ୍ୟାନ ବନ୍ଦ ରହିବ । ଏହି ସୂଚନା ଦେଇଛନ୍ତି ନନନ୍ଦନକାନନ କର୍ତ୍ତୃପକ୍ଷ
