ପାଇପ୍ ଭିତରେ ୬୦ ରାତି ରହିଲେ ୬୦ ବର୍ଷୀୟ ବୃଦ୍ଧ

ପାଇପ୍ ଭିତରେ କଟୁଥିଲା ଜୀବନ। ଉପରେ କଲର୍ଭଟ୍ ଭିତରେ ପାଇପ୍ ଆଉ ଏହାରି ଭିତରେ ଏମିତି ୬୦ ରାତି କାଟିଛନ୍ତି ଜଣେ ୬୦ ବର୍ଷୀୟ ବୃଦ୍ଧ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ସୁନ୍ଦରଗଡ଼ ଲହୁଣିପଡ଼ା ଥାନା ରେଙ୍ଗାଲବେଢା ଗାଁରେ ଏହି ଅଭାବନୀୟ ଖବର ସାମ୍ନାକୁ ଆସିଛି । ଲହୁଣୀପଡ଼ା ଥାନା ରେଙ୍ଗାଲବେଢା ଗାଁର ଯୋହନ କାଣ୍ଡୁଲାନା ଏମିତି ଗତ ୨ ମାସ ହେଲା କଲଭର୍ଟରେ ରହୁଥିଲେ।

ଟେନସା – ବାରସୁଆଁ ରାସ୍ତାର କଲଭର୍ଟ ତଳେ ରହିବା ଖବର ପାଇ ଟେନସା ଫାଣ୍ଡି ଅଧିକାରୀ ତାଙ୍କୁ ସେଠାରୁ ଉଦ୍ଧାର କରିଛନ୍ତି।ଯେଉଁ ଜାଗାରେ ସେ ଗତ ୬୦ ଦିନ ହେବ ରହୁଥିଲେ, ସେଠାରେ ୬୦ ସେକେଣ୍ଡ ବି ରହିବା ସମ୍ଭବପର ନୁହେଁ। ଏଭଳି ସ୍ଥିତିରେ ଜୋହନ୍ କେମିତି ଏତେ ଦିନ ସେଠି କାଟିଲେ, ତାକୁ ନେଇ ସମସ୍ତେ ଚକିତ। ତେବେ ଜୋହନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି।

ଅଧିକ ପଢନ୍ତୁ

Odisha Darpan Digital