ପାକିସ୍ତାନରେ ପହଞ୍ଚିଲା ଏମ୍‌ପକ୍ସ, ଭାରତ ପାଇଁ ଚିନ୍ତା

କେନ୍ଦ୍ରୀୟ ଏବଂ ପୂର୍ବ ଆଫ୍ରିକାରେ ମଙ୍କିପକ୍ସ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ମାମଲାଗୁଡ଼ିକର ବୃଦ୍ଧିକୁ ଦୃଷ୍ଟିରେ ରଖି ଡବ୍ଲୁଏଚ୍‌ଓ ଏହି ସଂକ୍ରାମକ ରୋଗକୁ ଜନସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି। ଏହି ରୋଗ ସାରା ବିଶ୍ଵରେ ସ୍ଵାସ୍ଥ୍ୟ କ୍ଷେତ୍ରରେ ଜରୁରୀ ପରିସ୍ଥିତି ସୃଷ୍ଟି କରିବ​‌ ବୋଲି ଡବ୍ଲୁଏଚଓ ପକ୍ଷରୁ ଘୋଷଣା କରାଯାଇଥିଲା। ଏହାର ଦିନକ ପରେ ପାକିସ୍ତାନରେ ଏହି ସଂକ୍ରାମକ ରୋଗ ଦେଖିବାକୁ ମିଳିଛି। ପାକିସ୍ତାନର ୩ ଜଣ ନାଗରିକ ଏଥିରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ କରାଯାଇଛି।ଜାନୁଆରୀ ୨୦୨୨ ପରଠାରୁ ଭାରତରେ କେବଳ ୩୦ଟି ମଙ୍କିପକ୍ସ ର ମାମଲା ରିପୋର୍ଟ ହୋଇଛି। ନିକଟରେ କେରଳରେ ମଙ୍କିପକ୍ସର ଏକ ମାମଲା ସାମ୍ନାକୁ ଆସିଛି।

ମଙ୍କିପକ୍ସ ଏକ ସଂକ୍ରାମକ ରୋଗ ଯାହା ଏକ ଜୀବାଣୁ ସଂସ୍ପର୍ଶରେ ଆସିଥାଏ। ଏହି ରୋଗର ପ୍ରାରମ୍ଭିକ ଲକ୍ଷଣ ହେଉଛି ଜ୍ୱର, ମୁଣ୍ଡବିନ୍ଧା, ଫୁଲା, ପିଠି ଯନ୍ତ୍ରଣା ଏବଂ ମାଂସପେଶୀ ଯନ୍ତ୍ରଣା। ଏହା ପରେ ଯେତେବେଳେ ରୋଗୀର ଜ୍ୱର କମିଯାଏ, ତାଙ୍କ ଶରୀରରେ ଘା’ ଦେଖାଯାଏ। ଏଗୁଡ଼ିକ ସମଗ୍ର ଶରୀରର ବିଭିନ୍ନ ଅଙ୍ଗକୁ ବ୍ୟାପିଥାଏ।

ଅଧିକ ପଢନ୍ତୁ