ପାକିସ୍ତାନୀ ପାଇଛନ୍ତି ରାସନ କାର୍ଡ- ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ

ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ରାଶନ କାର୍ଡରୁ ବିଦେଶୀଙ୍କ ନାଁ କଟିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।ଏହା ବ୍ୟତୀତ ବର୍ତ୍ତମାନ ୧୨ ଜଣ ପାକିସ୍ତାନୀଙ୍କ ପ୍ରସଙ୍ଗକୁ ନେଇ ଡିଜିପିଙ୍କ ପ୍ରତିକ୍ରିୟା ରହିଛି। ସେ କହିଛନ୍ତି ଯେ, ୧୨ ଜଣ ପାକିସ୍ତାନୀ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତଙ୍କ ଉପରେ କଡ଼ା ନଜର ରଖାଯାଇଛି।

ଜଣେ ପାକିସ୍ତାନୀ ରାଜ୍ୟ ଛାଡ଼ି ପଳାଇଲେଣି। ଆଉ ଜଣେ ପାକିସ୍ତାନୀଙ୍କ ଭିସା ବିଚାରଧୀନ ରହିଛି।ପହଲଗାମ ଆତଙ୍କବାଦୀ ଘଟଣାକୁ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ପାକିସ୍ତାନ ନାଗରିକଙ୍କ ଭିଜା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିଜ ରାଜ୍ୟରେ ଥିବା ପାକ ନାଗରିକଙ୍କୁ ଚିହ୍ନଟ କରି ତାଙ୍କର ଭିଜା ବନ୍ଦ କରି ତୁରନ୍ତ ରାଜ୍ୟରୁ ବାହାର କରିବାକୁ ଶାହା କହିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital