ପାକିସ୍ତାନ ସହ ସବୁଦିନ ପାଇଁ କ୍ରିକେଟ ମ୍ୟାଚ ବନ୍ଦ କରିବାକୁ ଦାବି

ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସବୁଦିନ ପାଇଁ କ୍ରିକେଟ ମ୍ୟାଚ ବନ୍ଦ କରିବାକୁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ନିକଟରେ ଦାବି ହୋଇଛି। ପୂର୍ବତନ କ୍ରିକେଟର ଶ୍ରୀବତ୍ସ ଗୋସ୍ଵାମୀ ଏହି ଦାବି କରିଛନ୍ତି। ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ସମ୍ପର୍କ ଛିନ୍ନ ହେବା ନେଇ ପରୋକ୍ଷରେ ଇସାରା ଦେଇଛନ୍ତି ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା । କହିଛନ୍ତି, ପହଲଗାମରେ ଯାହା ଘଟିଲା, ତାହା ସମସ୍ତଙ୍କୁ ମର୍ମାହତ କରିଛି । ଏଭଳି ସ୍ଥିତିରେ ପାକିସ୍ତାନ ସହ କ୍ରିକେଟ୍ ସମ୍ପର୍କ ରହିବ କି ନାହିଁ, ସେ ନେଇ ଭାରତ ସରକାର ନିଷ୍ପତ୍ତି ନେବେ ।

ଅଧିକ ପଢନ୍ତୁ

Odisha Darpan Digital