ପାକିସ୍ତାନ ସୀମାବର୍ତ୍ତି ୪ ରାଜ୍ୟରେ ଆସନ୍ତାକାଲି ପୁଣି ହେବ ମକଡ୍ରିଲ

ଦେଶରେ ପୁଣି ଥରେ ମକ ଡ୍ରିଲ ପାଇଁ ପ୍ରସ୍ତୁତି ଚାଲିଛି। ରାଜସ୍ଥାନ, ଗୁଜରାଟ, ପଞ୍ଜାବ ଏବଂ ପାକିସ୍ତାନ ସୀମାବର୍ତ୍ତୀ ଜମ୍ମୁ କଶ୍ମୀରରେ ମକ ଡ୍ରିଲ କରାଯିବ। ଏହି ସମୟ ମଧ୍ୟରେ ଲୋକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ୪ ରାଜ୍ୟର ସୀମା ପାକିସ୍ତାନକୁ ଲାଗି ରହିଛି । ତେଣୁ ଏହି ମକଡ୍ରିଲ ବେଶ୍ ଗୁରତ୍ବ ବହନ କରୁଛି । ଏହା ପୂର୍ବରୁ ମଧ୍ୟ ପାକିସ୍ତାନ ସହ ବଢୁଥିବା ଉତ୍ତେଜନା ଭିତରେ କେନ୍ଦ୍ର ସରକାର ମେ ୭ ତାରିଖରେ ଦେଶର ୨୪୪ ଜିଲ୍ଲାରେ ମକଡ୍ରିଲ କରିବାକୁ ଏଲାନ କରିଥିଲେ । କିନ୍ତୁ ମେ ୬-୭ ତାରିଖରେ ଭଆରତ ଅପରେସନ ସିନ୍ଦୂର ଲଞ୍ଚ କରିଥିଲା । ୨୫ ମିନିଟ ପର୍ଯନ୍ତ ଚାଲିଥିବା ଏହି ଅପରେସନରେ ଭାରତୀୟ ସେନା ପାକିସ୍ତାନ ଓ ପିଓକେରେ ୯ ଆତଙ୍କୀ ସଙ୍ଗଠନକୁ ଧ୍ବଂସ କରିଥିଲା ।

ଏବେବି ଅପରେସନ ସିନ୍ଦୂର ଜାରି ରହିଥିବା ବେଳେ ପୁଣି ମକଡ୍ରିଲ ହେଉଥିବାରୁ ପୁରା ଦେଶ ଏହାକୁ ବେଶ୍ ଗୁରୁତ୍ବ ଦେଉଛି ।

ଅଧିକ ପଢନ୍ତୁ

Odisha Darpan Digital