ଭାରତ-ପାକ୍ ଉତ୍ତେଜନାରେ ଦୋମୁହାଁ କାର୍ଯ୍ୟକଳାପ ଆପଣାଇଥିବା କିଛି ଦେଶ ଗୁଡିକର ମୁଖା ଖୋଲିଛି । ଏହି ଦେଶମାନଙ୍କ ମଧ୍ୟରେ ତୁର୍କୀର ବେଇମାନ କାର୍ଯ୍ୟକଳାପ ସାମ୍ନାକୁ ଆସିଥିଲା । ଏହାପରେ ନିଜେ ନିଜର ମୁଖା ଖୋଲିଦେଇଥିଲା ତୁର୍କୀ । ଭାରତର ଶତ୍ରୁ ଦେଶ ସହ ହାତ ମିଶାଇ ଏବେ ତାର ପରିଣାମ ଭୋଗୁଛି ତୁର୍କୀ । ତୁର୍କୀକୁ ଭାରତ ତରଫରୁ ଜୋରଦାର ଆର୍ଥିକ ଝଟକା ଲାଗିଛି ।
ମାତ୍ର ଦୁଇ ଦିନରେ ତୁର୍କୀକୁ ପହଞ୍ଚିଛି ୨୫୦୦ ଶହ କୋଟିର କ୍ଷତି । ପାକିସ୍ତାନ ସହିତ ତୁର୍କୀର ସମ୍ପର୍କକୁ ନଜରରରେ ରଖି ଜାତୀୟ ସୁରକ୍ଷା କାରଣରୁ ଭାରତ-ତୁର୍କୀ ଭିତ୍ତିକ ବିମାନବନ୍ଦର ଗ୍ରାଉଣ୍ଡ ହ୍ୟାଣ୍ଡଲିଂ କମ୍ପାନୀ ସେଲେବି ହାଭା ସର୍ଭିସ୍ର ସହାୟକ କମ୍ପାନୀଗୁଡିକର ସୁରକ୍ଷା କ୍ଲିୟରାନ୍ସ ବାତିଲ କରିଥିଲା । ଭାରତର ଏହି ପଦକ୍ଷେପରେ ତୁର୍କୀରେ କାର୍ଯ୍ୟ କରୁଥିବା ଗ୍ରୁପର ସମସ୍ତ ସମ୍ପୃକ୍ତ ୟୁନିଟ୍ଗୁଡିକୁ ପ୍ରଭାବିତ କରିଥିଲା । ଗତ ସପ୍ତାହରେ ଭାରତ-ପାକିସ୍ତାନ ବିବାଦ ସମୟରେ ତୁର୍କୀ ପାକିସ୍ତାନକୁ ସମର୍ଥନ କରିବା ପରେ ଭାରତୀୟ କର୍ତ୍ତୃପକ୍ଷଙ୍କ ଦ୍ବାରା ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଭାରତର କାର୍ଯ୍ୟାନୁଷ୍ଠାନରେ କମ୍ପାନି କହିଛି ଭାରତ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ପାଇଁ ସମସ୍ତ ପ୍ରଶାସନିକ ଏବଂ ଆଇନ୍ଗତ ପଦକ୍ଷେପ ଗ୍ରହଣ କରିବ । ଭାରତର ଏପରି କାର୍ଯ୍ୟାନୁଷ୍ଠାନରେ ଏବେ ଚିନ୍ତାରେ ତୁର୍କୀ । ପାକିସ୍ତାନକୁ ସହାୟତା କରି ଭାରତ ଠାରୁ ଆର୍ଥିକ ପ୍ରହାରର ସାମ୍ନା କରୁଛି ଦେଶ ।