ପାଚିକା, ସହାୟିକା ପ୍ରଶିକ୍ଷଣ ଶିବିର ଏବଂ ରନ୍ଧନ ପ୍ରତିଯୋଗିତା

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ପାଚିକା ଏବଂ ସହାୟିକା ମାନଙ୍କର ଏକ ପ୍ରଶିକ୍ଷଣ ଶିବିର ଓ ରନ୍ଧନ ପ୍ରତିଯୋଗିତା ଆଜି ପୂର୍ବାହ୍ନରେ ଏନଏସି ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହାକୁ ନୟାଗଡ଼ ବ୍ଲକ ଶିକ୍ଷାଧିକାରୀ ଉମାକାନ୍ତ ସେଠି ଏବଂ ଏନଏସି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ। ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସଞ୍ଜୟ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ପ୍ରଶିକ୍ଷଣ ଏବଂ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ ଶିକ୍ଷକ ଗୋକୁଳ ମାର୍ଥା, ଲକ୍ଷ୍ମୀଧର ସାହୁ, ରମେଶ ବରାଡ଼ ଓ ସନ୍ତୋଷ ପ୍ରଧାନ ପ୍ରମୁଖ ଯୋଗଦାନ କରି ଉପସ୍ଥିତ ପାଚିକା ଏବଂ ସହାୟିକା ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ଶେଷରେ ପାଚିକା ମାନଙ୍କ ମଧ୍ୟରେ ରନ୍ଧନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଏନଏସି ଉଚ୍ଚ ବିଦ୍ୟାଳୟର ପାଚିକା ସାବିତ୍ରୀ ଅଚାରୀ ବିରି ପୋଡପିଠା,ନଡ଼ିଆ ମଣ୍ଡା,ଚନ୍ଦ୍ରକାନ୍ତି ଏବଂ ନିମିକି କରି ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ,ନୂଆ ରାଜବାଟୀ ପ୍ରାଥମିକ ବିଦ୍ୟାଳୟର ପାଚିକା ତିଳ ଗୌଡ଼ ଗୁଡ଼ ଆରିସା, ଚାଉଳ ମଣ୍ଡା କରି ଦ୍ୱିତୀୟ ଏବଂ ଓଏମପି ପ୍ରାଥମିକ ବିଦ୍ୟାଳୟର ପାଚିକା ନର୍ମଦା ନାୟକ ମୁଗକାନ୍ତି ପିଠା କରି ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ।

ଅଧିକ ପଢନ୍ତୁ