ପାଟଣାଗଡ଼ରେ ଜାଳିଦେଲେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି

ବଲାଙ୍ଗୀର ପାଟଣାଗଡ଼ ପର୍ଶୁରାମ ଛକରେ ହୁତ୍ ହୁତ୍ ହୋଇ ଜଳିଗଲା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି । ପ୍ରତିମୂର୍ତ୍ତି ସ୍ଥାପନ ନେଇ ବିବାଦ ଥିବା ବେଳେ ଏବେ କେହି ଦୁର୍ବୃତ୍ତ ଏଥିରେ ନିଆଁ ଲଗାଇ ପ୍ରତିମୂର୍ତ୍ତିକୁ ଜାଳି ଦେଇଛି । ତେବେ ବିବାଦୀୟ ସ୍ଥାନ ପର୍ଶୁରାମ ଛକରେ ମୂର୍ତ୍ତି ସ୍ଥାପନ ନେଇ ପୂର୍ବରୁ ବିରୋଧ ହୋଇ ଆସୁଥିଲା । ପୂର୍ବତନ ବିଧାୟକ ସରୋଜ ମେହେର ବିଜୁ ପ୍ରତିମୂର୍ତ୍ତି ସ୍ଥାପନା କରିବାକୁ ଯାଉଥିବା ବେଳେ ଏହାକୁ ବ୍ରାହ୍ମଣ ସମାଜ ବିରୋଧ କରିଥିଲେ ।ସେପଟେ ବିଜୁ ପ୍ରତିମୂର୍ତ୍ତି ଜଳିଯିବା ପରେ ପାଟଣାଗଡ ଏନ୍ଏସି ପକ୍ଷରୁ ତୁରନ୍ତ ଜାଳି ଦେଇଥିବା ପ୍ରତିମୂର୍ତ୍ତିକୁ ସଫେଇ କରାଯାଉଛି । ତେବେ ଘଟଣାରେ କାହାର ସମ୍ପୃକ୍ତି ରହିଛି । କିଏ ଓ କାହିଁକି ନିଆଁ ଲଗାଇଲା ସେ ନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ସିସିଟିଭି ଆଧାରରେ ଦୁର୍ବୃତ୍ତକୁ ଧରିବାପାଇଁ ପ୍ରୟାସ ଜାରି ରଖିଛି ପାଟଣାଗଡ଼ ପୋଲିସ ।

ଅଧିକ ପଢନ୍ତୁ

kc ads