ପାଟଣାଗଡ଼ ପାର୍ସଲବୋମା ବିସ୍ଫୋରଣ ମାମଲା,ଅରୁଣ ବୋଥ୍ରା ସାକ୍ଷ୍ୟ ପ୍ରଦାନ କଲେ

ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ମାମଲା। ଆଜି ପାଟଣାଗଡ ଏଡିଜେ କୋର୍ଟରେ ସାକ୍ଷ୍ୟ ଗ୍ରହଣ ଥିଲା । ତେବେ ଏହି ମାମଲାରେ ସାକ୍ଷୀ ଦେଇଛନ୍ତି ତତ୍କାଳୀନ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ବଲାଙ୍ଗୀର ଜେଲ୍‌ରେ ରଖାଯାଇଛିl ପୂର୍ବରୁ ୫୯ ଜଣ ସାକ୍ଷୀଙ୍କ ସାଖ୍ୟ ଗ୍ରହଣ ସରିଯାଇଥିବା ବେଳେ ଗତ ସେପ୍ଟେମ୍ବର ୩ ତାରିଖରେ ପାଟଣାଗଡ଼ କୋର୍ଟରେ ସାଖ୍ୟ ପ୍ରଦାନ କରିଥିଲେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା। ମାନ୍ୟବର କୋର୍ଟ ଦ୍ଵିତୀୟଥର ପାଇଁ ଅରୁଣ ବୋଥ୍ରାଙ୍କୁ ସାଖ୍ୟ ପ୍ରଦାନ ପାଇଁ ନୋଟିସ୍‌ କରିଥିଲେl

ଆଜି କୋର୍ଟରେ ବୋମା ତିଆରି କରିଥିବା ଡେମୋଗ୍ରାଫିର ଭିଡିଓ ପ୍ରଦର୍ଶନ କରାଯିବା ପରେ ଅରୁଣ ବୋଥ୍ରାଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ ମାନ୍ୟବର କୋର୍ଟ। ସୂଚନାମୁତାବକ ୨୦୧୮ ଫେବୃଆରୀ ୨୩ ତାରିଖରେ ଅଧ୍ୟାପକ ରବିନ୍ଦ୍ର ସାହୁ ଏବଂ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ପୁଅ ସୌମ୍ୟଶେଖରଙ୍କ ବିବାହର ୫ ଦିନ ପରେ ଘରକୁ ଏକ ପାର୍ସଲ ବୋମା ଆସିଥିଲା। ଏହି ଗିଫ୍ଟ ପାର୍ସଲକୁ ଖୋଲିବା ପରେ ଏହା ବିସ୍ଫୋରଣ ଘଟି ସୌମ୍ୟଶେଖର ଏବଂ ତାଙ୍କ ଜେଜେମାଙ୍କର ମୃତ୍ୟୁ ହୋଇଥିବାବେଳେ ନବବଧୂ ରୀମା ଗୁରୁତର ଭା​‌ବେ ଆହତ ହୋଇଥିଲେ। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ପୁଞ୍ଜିଲାଲଙ୍କୁ ଗିରଫ କରିଥିଲା।

ଅଧିକ ପଢନ୍ତୁ