ଗୋଟିଏ କି ଦୁଇଟି ନୁହେଁ, ପାଣି ଟାଙ୍କିରୁ ମିଳିଲା ୩୦ମାଙ୍କଡ଼ଙ୍କ ମୃତଦେହ । ଯେଉଁ ଟାଙ୍କିର ପାଣି ପିଉଥିଲେ ୨୦୦ପରିବାର । ହାଇଦ୍ରାବାଦର ତେଲଙ୍ଗାନାରେ ଘଟିଛି ଏହି ଘଟଣା । ଯେଉଁଠି ପାଣି ଟାଙ୍କିରୁ ମିଳିଛି ୩୦ ରୁ ୪୦ ମାଙ୍କଡ ମୃତଦେହ । ଅନୁମାନ କରାଯାଉଛି ଯେ ପ୍ରବଳ ଗରମ ଯୋଗୁଁ ମାଙ୍କଡ଼ମାନେ ପାଣି ପିଇବା ପାଇଁ ଆଜବେଷ୍ଟସ ଦେଇ ଟାଙ୍କି ଭିତରକୁ ପଶିଥାଇପାରନ୍ତି କିନ୍ତୁ ବାହାରକୁ ନ ଆସି ପାରି ବୁଡ଼ି ଯାଇ ସେମାନଙ୍କର ମୃତ୍ୟୁ ଘଟିଛି।ତେବେ ସବୁଦିନ ପରି ଲୋକେ ଏହି ପାଣିକୁ ପିଇବାକୁ ନେଇଥିଲେ । କିନ୍ତୁ ପାଣିରୁ ପ୍ରବଳ ଦୁର୍ଗନ୍ଧ ବାହାରିଥିଲା ।
ଫଳରେ ଲୋକମାନଙ୍କର ସନ୍ଦେହ ହୋଇଥିଲା । ଏନେଇ ସେଠାକାର ଲୋକେ ମ୍ୟୁନିସିପାଲିଟି ନିକଟରେ ଅଭିଯୋଗ କରିଥିଲେ । ତେବେ ମ୍ୟୁନିସିପାଲିଟିର କର୍ମଚାରୀ ଘଟଣାସ୍ଥଳକୁ ଯାଇ ଦେଖିଥିଲେ ଯାହା ତାହା ଆଶ୍ଚର୍ଯ୍ୟ କରିଦେଇଥିଲା । କାରଣ ପାଣି ଟାଙ୍କି ଭିତରେ ମରି ଭାସୁଥିଲେ ଅନେକ ମାଙ୍କଡ । ମରିପଡିଥିବା ମାଙ୍କଡଙ୍କ ସଂଖ୍ୟା ଥିଲା ୩୦ ରୁ ୪୦ ହେବ । ସେପଟେ ପୋଲିସ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମାମଲା ରୁଜୁ କରି ତଦନ୍ତ କରୁଛି ।