‘ପାଣିରେ ହଳଦୀ’ ଟ୍ରେଣ୍ଡକୁ ଭୁଲରେ ବି କରନ୍ତୁ ନାହିଁ, ନଚେତ ଘରକୁ ଆସିବ ବିପଦ!

ଆଜିକାଲି ସୋସିଆଲ ମିଡିଆରେ ଏକ ଟ୍ରେଣ୍ଡ ବହୁତ ଲୋକପ୍ରିୟ ହେବାରେ ଳାଗିଛି। ସମସ୍ତେ ରାତିର ଅନ୍ଧାରରେ ପାଣିରେ ହଳଦୀ ମିଶାଇ ରିଲ ଏବଂ ଭିଡିଓ କରୁଛନ୍ତି। ଏହା କରି ନିଜ ପାଇଁ ଅସୁବିଧାକୁ ଆମନ୍ତ୍ରଣ କରୁଛନ୍ତି। ଅରୁଣ କୁମାର ବ୍ୟାସ ନାମକ ଜଣେ ଜ୍ୟୋତିଷୀ ଏହି ଅଜଣା ଟ୍ରେଣ୍ଡ ସମ୍ପର୍କରେ ଗମ୍ଭୀର ଚେତାବନୀ ଜାରି କରିଛନ୍ତି। ତାଙ୍କ ଦାବି ଅନୁଯାୟୀ, ଏହା କରିବା ଦ୍ୱାରା ଆପଣ କେବଳ ନକାରାତ୍ମକ ଶକ୍ତିକୁ ଘରକୁ ଆଣୁନାହାନ୍ତି, ବରଂ ଏହା ଭୂତ-ପ୍ରେତଙ୍କୁ ଆମନ୍ତ୍ରଣ ମଧ୍ୟ କରୁଛନ୍ତି । ଜ୍ୟୋତିଷୀଙ୍କ ଏହି ଚେତାବନୀ ଭିଡିଓ ଭାଇରାଲ ହେବା ପରେ ଅନେକ ନେଟିଜେନ୍ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ଯେ, ଏହି ଟ୍ରେଣ୍ଡରେ ସାମିଲ ହେବା ଦ୍ୱାରା ସେମାନେ ଅଜାଣତରେ କୌଣସି ବିପଦକୁ ଡାକି ଆଣୁଛନ୍ତି କି ।ଜ୍ୟୋତିଷ ବ୍ୟାସ ଦାବି କରିଛନ୍ତି ଯେ ପାଣିରେ ହଳଦୀ ମିଶାଇବା ଏକ ତାନ୍ତ୍ରିକ ବିଧି ଅଟେ । ତେଣୁ ଭୁଲରେ ମଧ୍ୟ ଏହା କରିବାକୁ ଚେଷ୍ଟା କରିବା ଉଚିତ ନୁହେଁ, କାରଣ ଏହା ସେମାନଙ୍କ ଘରେ ନକାରାତ୍ମକ ଶକ୍ତି ଆଣିପାରେ।ଏହି ପ୍ରକାରର କାର୍ଯ୍ୟ ଆପଣଙ୍କ ଜନ୍ମକୁଣ୍ଡଳୀରେ ଚନ୍ଦ୍ର ଓ ଗୁରୁ ଗ୍ରହକୁ ଦୁର୍ବଳ କରିପାରେ, ଯାହା ଆପଣଙ୍କ ଭାଗ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ଏହା ଆପଣଙ୍କ ମାନସିକ ସ୍ଥିତିକୁ ମଧ୍ୟ ଖରାପ କରିପାରେ।

ଅଧିକ ପଢନ୍ତୁ

kc ads