ଭବାନୀପାଟଣା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଂଚାୟତରେ ଅଭାବନୀୟ ଘଟଣା ଘଟିଛି। କଁସିଲ ଗାଁ ପାଣି ଟାଙ୍କି ଉପରେ ଚଢ଼ି ଜଣେ ବ୍ୟକ୍ତି ଆତ୍ମହତ୍ୟା ଧମକ ଦେଉଥିବା ଦେଖିବାକୁ ମିଳିଛି। ଯୁବକ ଜଣଙ୍କ ନବରଙ୍ଗପୁର ଜିଲ୍ଲାର କୁମାର ଗୁଡା ଗାଁର ମହେଶ ହୋଇଥିବା ବେଳେ ତାଙ୍କ ବୟସ ୨୮ ବର୍ଷ ମଧ୍ୟରେ ହେବ । ମହେଶ କୁମାର ନାମକ ଜଣେ ବ୍ୟକ୍ତି ଗଜବାହାଲ୍ ପଂଚାୟତରେ ପାନୀୟଜଳ ପାଇପ ସଂଯୋଗ କାର୍ଯ୍ୟ କରୁଥିଲେ।
କୌଣସି କାରଣ ରୁ ସେ ହଠାତ ପାଣିଟାଙ୍କି ଉପରକୁ ଚଢ଼ି ଆତ୍ମହତ୍ୟା ଧମକ ଦେଇଥିବା ଜଣାପଡ଼ିଛି।ପାଣି ଟାଙ୍କି ଉପରେ ଚଢିଯାଇ ଆଉ ତଳକୁ ଓହ୍ଲାଉ ନଥିବା ବେଳେ ସହକର୍ମୀ ଶ୍ରମିକ ଓ ଗ୍ରାମବାସୀମାନେ ସ୍ଥାନୀୟ ରିଶିଡା ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ଉଦ୍ଧାର କରିବାକୁ ଓ ତଳକୁ ଆଣିବାକୁ ପ୍ରୟାସ କରିଥଲେ ବି ବିଫଳ ହୋଇଛନ୍ତି ।ବର୍ତ୍ତମାନ ପର୍ଯ୍ୟନ୍ତ ଆତ୍ମହତ୍ୟା ଉଦ୍ୟମ ପଛର କାରଣ ସ୍ପଷ୍ଟ ଭାବେ ଜଣାପଡିନଥିବାବେଳେ ତଥାପି ପାଣି ଟାଙ୍କି ଉପରୁ ମହେଶଙ୍କୁ ତଳକୁ ଆଣିବାକୁ ପୋଲିସ ଏବଂ ପ୍ରଶାସନ ଉଦ୍ୟମ ଜାରି ରଖିଛି।