ପାଣି ଭିତରେ ୨୯ ମିନିଟ୍ ୩ ସେକେଣ୍ଡ ନିଃଶ୍ୱାସ ବନ୍ଦ କଲେ ମାରିସିକ୍

ଏସିଆର ୪୦ ବର୍ଷୀୟ ଫ୍ରିଡାଇଭର ଭିଟୋମିର ମାରିସିକ୍ ପାଣି ତଳେ ୨୯ ମିନିଟ୍ ଓ ୩ ସେକେଣ୍ଡ ଯାଏ ନିଃଶ୍ୱାସ ବନ୍ଦ କରି ନୂଆ ଗିନିଗ୍ ୱାର୍ଲଡ ରେକର୍ଡ କରିଛନ୍ତି । ଏହା ପୂର୍ବ ରେକର୍ଡଠାରୁ ପ୍ରାୟ ୫ ମିନିଟ୍ ଅଧିକ ଅଟେ ।ଓପାଟିଜା ସହରର ଏକ ହୋଟେଲ ପୁଲରେ ଏହି ଚମତ୍କାର ଘଟିଛି । ମାରିସିକ୍ ଏହି ପ୍ରୟାସ ପୂର୍ବରୁ ୧୦ ମିନିଟ୍ ପାଇଁ ଶୁଦ୍ଧ ଅମ୍ଳଜାନରେ ନିଃଶ୍ୱାସ ନେଇଥିଲେ । ତା’ପରେ ସେ ପୁଲ ଭିତର ଯାଇଥିଲେ, ମୁହଁ ତଳକୁ କରି, ନିଶ୍ଚଳ ହୋଇଥିଲେ । ମାରିସିସ୍ କହିଛନ୍ତି, “ସବୁକିଛି ଭାରୀ ଲାଗୁଥିଲା । ମୁଁ ସମ୍ପୂର୍ଣ୍ଣ ଭାବରେ ଅଲଗା ଅନୁଭବ କରୁଥିଲି, ଯେପରି ମୁଁ ସେଠାରେ ନାହିଁ । ଗୋଟିଏ ସମୟ ଆସିଲା, ଯେତେବେଳେ ମୁଁ ହାର ମାନିବାକୁ ସ୍ଥିର କରି ନେଇଥିଲେ । କିନ୍ତୁ ତା’ପରେ ବିଜୟ କଥା ବି ମନକୁ ଆସିଥିଲା । ଯେତେବେଳେ ବାହାରକୁ ଆସିଲି, ସବୁଆଡ଼େ କରତାଳି ଶୁଭିଲା । ପୂର୍ବ ରେକର୍ଡ ଠାରୁ ୪ ମିନିଟ୍ ସେକେଣ୍ଡ ଯାଏ ଅର୍ଥାତ୍ ୨୯ ମିନିଟ୍ ୩ ସେକେଣ୍ଡ ଯାଏ ପାଣିରେ ରହିଥିଲେ ।”

ହାଇପରବାରିକ୍ ମେଡିସିନ୍ ବିଶେଷଜ୍ଞ ଡାକ୍ତର ଇଗୋର ବାର୍କୋଭିଚ୍ ଏହାକୁ ଆଧୁନିକ ଚିକିତ୍ସା ପାଇଁ ନୂଆ ବୋଲି କହିଛନ୍ତି । ସେ କହିଛନ୍ତି, ଆମେ ଜାଣି ନଥିଲୁ ଯେ ମଣିଷ ଏତେ ସମୟ ଯାଏ ଅମ୍ଳଜାନ ବିନା କିପରି ବଞ୍ଚିପାରିବ । ଏହା ରୋଗୀମାନଙ୍କ ପାଇଁ ନୂତନ ଆଶା ଖୋଲିପାରେ, ବିଶେଷ କରି ଶ୍ୱାସକ୍ରିୟା ରୋଗରେ ସାହାଯ୍ୟ କରିବ ।

ଅଧିକ ପଢନ୍ତୁ

Odisha Darpan Digital