ପାଣ୍ଡିଆନଙ୍କ ହେଲିକପ୍ଟର ବୁଲାର ତଦନ୍ତ ଏକ ଷଡଯନ୍ତ୍ର ନୁହେଁ ତ !

କ୍ଷମତାରେ ଥିବା ବେଳେ ଅଦୃଶ୍ୟ ନିର୍ଦ୍ଦେଶ ବଳରେ ହେଲିକପ୍ଟରରେ ଉଡ଼ିବୁଲୁଥିଲେ ପାଣ୍ଡିଆନ। ହେଲେ ଏହି ଖର୍ଚ୍ଚର ହିସାବ ନମିଳିବାରୁ ତଦନ୍ତ କରୁଛନ୍ତି ନୂଆ ସରକାର। ସେନେଇ ବିଧାନସଭାରେ ପ୍ରଶ୍ନ ହୋଇଥିଲେ ବି ପରିବହନ ମନ୍ତ୍ରୀ ବିଭୂତି ଜେନା ଲିଖିତ ଉତ୍ତର ଦେଇଥିଲେ ଯେ ତଥ୍ୟ ସଂଗ୍ରହ ହେଉଛି। ଏପରିକି ସୂଚନା ଅଧିକାର କର୍ମୀ ଏନେଇ ତଥ୍ୟ ମାଗିଥିଲେ ବି ତଥ୍ୟ ଦିଆଯାଉନି। ପାଣ୍ଡିଆନଙ୍କ ହେଲିକପ୍ଟର ବୁଲା ତଥ୍ୟକୁ କାହିଁକି ବିଜେପି ସରକାର ଲୁଚାଉଛନ୍ତି ବୋଲି ଅଭିଯୋଗ ହେଉଥିବାବେଳେ ପରିବହନ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ଭି.କେ. ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତର ତଦନ୍ତ ସହ ଖର୍ଚ୍ଚର ହିସାବ ଚାଲିଛି। ଖୁବଶୀଘ୍ର ଏହାର ନିର୍ଯ୍ୟାସ ଆସିବ। ଏହାପରେ ନିଶ୍ଚିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।ଆଉ ତଦନ୍ତ ସରିବା ପରେ ପାଣ୍ଡିଆନଙ୍କ ବିରୋଧରେ ବିଜେପି ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ।

ପାଣ୍ଡିଆନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୋହନ ସରକାର ଚେତାବନୀ ଦେବା ପରେ ତେଜିଛି ରାଜନୀତି। ମନ୍ତ୍ରୀଙ୍କ ବୟାନ ଓ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ। ଅନ୍ୟପଟେ ବିଜେପି ଧୋକା ଦେଇଛି ବୋଲି ଅଭିଯୋଗ କରିଛନ୍ତି ରାଜ୍ୟସଭା ସାଂସଦ ମୁନ୍ନା ଖାଁ।

ଅଧିକ ପଢନ୍ତୁ