ଦୁଇ ଦିନିଆ ଭାରତ ଗସ୍ତ ସାରି ସେ ଋଷ ଗସ୍ତ କରିଛନ୍ତି । ଶୁକ୍ରବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ପୁଟିନଙ୍କୁ ଆନୁଷ୍ଠାନିକ ଭାବରେ ସ୍ୱାଗତ କରାଯାଇଥିଲା ।ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ ଭବ୍ୟ ନୈଶ ଭୋଜି । ରାଷ୍ଟ୍ରପତି ଭବନରେ ତାଙ୍କୁ ସମ୍ପୂର୍ଣ୍ଣ ନିରାମିଷ ଖାଦ୍ୟ ପରଷାଯାଇଥିଲା । ପୁରା ପାରମ୍ପରିକ ରୀତିରେ ଥାଳିରେ ରଖାଯାଇଥିଲା ଭାରତୀୟ ବ୍ୟଞ୍ଜନ । ଏଥିରେ ବିଭିନ୍ନ ରାଜ୍ୟର ଖାଦ୍ୟ ସାମିଲ କରାଯାଇଥିଲା ।ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଋଷ ରାଷ୍ଟ୍ରପତି ପୁଟିନ ପରସ୍ପର ପାଖରେ ବସିଥିଲେ।ଭାରତର ରାଜକୀୟ ଭୋଜନ ସର୍ବଦା ବିଶ୍ୱବ୍ୟାପୀ ଆଲୋଚନାର ବିଷୟ ହୋଇଆସିଛି । ଏହି ରାତ୍ରୀ ଭୋଜନରେ କେବଳ ବିଭିନ୍ନ ଖାଦ୍ୟ ସାମଗ୍ରୀ ପରିବେଷଣ କରାଯାଏ ନାହିଁ । ବରଂ ବିଦେଶୀ ଅତିଥିଙ୍କ ପସନ୍ଦ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଏ । ଏହି କାରଣରୁ ଅତିଥିମାନଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରାଯାଏ ।ଦକ୍ଷିଣ ଭାରତର ମୁରୁଙ୍ଗେଲି ଚାରୁ, କାଶ୍ମୀରର ଗୁଚି ଡୁନ୍ ଚଟଣୀ, କଳାଚଣା ସିକାମପୁରୀ ଷ୍ଟାଟରରେ ପରଷା ଯାଇଥିଲା । ମେନ କୋର୍ସରେ ଥିଲା ଜାଫରାନି ପନିର ରୋଲ, ପାଳଙ୍ଗ ମେଥି ମଟର ଶାଗ, ତନ୍ଦୁରୀ ଆଳୁ , ଆଚାରୀ ବାଇଗଣ, ଡାଲି ତଡକା ସହ ବିଭିନ୍ନ ଶୁଖିଲା ଫଳ ରଖାଯାଇଥିଲା । ଏଥିସହ ଲଚ୍ଛା ପରାଠା, ମଗଜ ନାନ୍ , ସତନାନ୍ ରୋଜି, ମିସି ରୋଟି ଦିଆଯାଇଥିଲା । ବିଭିନ୍ନ ରାଜ୍ୟର ଆଚାର, ସାଲାଡ ଓ ପାମ୍ପଡ ରଖାଯାଇଥିଲା । ଡାଲିମ୍ବ, କମଳା, ଗାଜର ଓ ଅଦାରେ ବିଭିନ୍ନ ପାନୀୟ ପ୍ରସ୍ତୁତ କରାଯାଇଥିଲା ।ଖାଦ୍ୟରେ ବାଦାମ ପୁଡିଂ ଏବଂ କେସର-ପିସ୍ତା କୁଲଫି ଅନ୍ତର୍ଭୁକ୍ତ ଥିଲା।ଏହି ଭୋଜିରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତାଙ୍କ କ୍ୟାବିନେଟର ଅନେକ ମନ୍ତ୍ରୀଙ୍କ ସହ ବିଭିନ୍ନ କ୍ଷେତ୍ରର ଭିଆଇପିମାନେ ଯୋଗ ଦେଇଛନ୍ତି।
