ପାରାଦୀପରେ ଆଉ ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟଙ୍କ ନିର୍ଦେଶ। ଏଥିପାଇଁ କୁଜଙ୍ଗ ସବ ଜଜ୍ ଙ୍କୁ ମାର୍ସାଲ ରୂପେ ନିଯୁକ୍ତ କରାଯାଇଛି। ହାଇକୋର୍ଟଙ୍କ ଆଦେଶ ନମିଳିବା ପର୍ଯ୍ୟନ୍ତ ଜାହାଜ ପାରାଦୀପ ଛାଡି କେଉଁଆଡେ ମଧ୍ୟ ଯାଇପାରିବନାହିଁ। ଜାହାଜଟି ଗତ ୬ ତାରିଖରେ ପାରାଦୀପରେ ପହଞ୍ଚିଥିଲା। ୫୫ ହଜାର ମେଟ୍ରିକ୍ ଟନ୍ ଲୁହାପଥର ଲୋଡ୍ କରି ଏମ୍ଭି ଓ୍ବାଡି ଆଲ୍ବୋଷ୍ଟନ ନାମକ ଜାହାଜଟି ଚାଇନା ଅଭିମୁଖେ ଯାଇଥାନ୍ତା। ମାତ୍ର ଜାହାଜଠୁ ପ୍ରାୟ ୪ କୋଟି ଟଙ୍କା ପାଇବାକୁ ଥିବା ଜର୍ମାନୀର ଏକ କମ୍ପାନୀ ଦାବି କରିଛି। ଉକ୍ତ କମ୍ପାନୀ ଜାହାଜ ମାଲିକଙ୍କ ନାଁରେ ମାମଲା ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।
ଲୋ ସଲଫର ମେରାଇନ ଗ୍ୟାସ ଅଏଲ ପରିବହନକୁ ନେଇ ଆବେଦନକାରୀ କମ୍ପାନୀ ଏବଂ ଜାହାଜ ମଧ୍ୟରେ ବିବାଦ ଉପୁଜିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।୧୫ ଦିନ ତଳେ ଚାଇନାର ଏକ ଜାହାଜକୁ ମଧ୍ୟ ଏଭଳି ଗିରଫ କରାଯାଇଥିଲା। ଜାହାଜ ଲୁହାପଥର ନେଇ ପାରାଦୀପରୁ ଚୀନ କୁ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏବେ ପୋତାଶ୍ରୟରେ ଜାହାଜଟିକୁ ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ଅଟକ ରଖାଯାଇଥିଲା ।