ପାରାଦୀପ ନେହେରୁବଙ୍ଗଳା ମହାନଦୀ ମୁହାଣରରେ ଭାସିଗଲା ବୋଟ୍ ।

ପାରାଦୀପ ନେହେରୁବଙ୍ଗଳା ମହାନଦୀ ମୁହାଣରେ ଅଘଟଣ । ଭାସିଗଲା ଶ୍ରୀକ୍ଷେତ୍ର ନାମକ ବୋଟ୍ । ବୋଟ୍‌ରେ ୭ରୁ ୮ଜଣ ମତ୍ସ୍ୟଜୀବୀ ଥିବା ସୂଚନା ମିଳିଛି । ବୋଟ୍‌ଟି ମଝି ସମୁଦ୍ରରେ ଖରାପ ହୋଇଯାଇଥିଲା । ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଶ୍ରୀକ୍ଷେତ୍ର-୩ ବୋଟ୍‌ଟି ମାଛ ଧରି ଫେରୁଥିବା ବେଳେ ଏହାର ଇଞ୍ଜିନରେ ହଠାତ ତ୍ରୁଟି ଦେଖା ଯାଇଥିଲା।

ପାଖରେ ଥିବା ବୋଟ୍‌ ଗୋପାଳଜୀଉ ବୋଟ୍‌ ତାକୁ ଏକ ଦଉଡ଼ି ସାହାଯ୍ୟରେ ବାନ୍ଧି ଟାଣି ଆଣିଥିବା ବେଳେ ମୁହାଣ ମୁହଁରେ ହଠାତ ଦଉଡିଟି ଛିଡ଼ି ଯାଇଥିଲା। ‌ତେବେ ମୁହାଁଣରେ ଫସିଥିବା ଟ୍ରଲର ଉଦ୍ଧାର ହୋଇଛି। ଦୁଇ ଘଣ୍ଟା ପରେ ଉଦ୍ଧାର ହୋଇଛନ୍ତି ୭ଜଣ ମତ୍ସ୍ୟଜୀବୀ। ଟ୍ରଲରକୁ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏସଆରସି।

ଅଧିକ ପଢନ୍ତୁ

Odisha Darpan Digital