ବନ୍ଦରର ଏମ୍ପିବି ବର୍ଥରେ ପଣ୍ୟ କାଢୁଥିବା ବେଳେ ଛିଡିଗଲା କ୍ରେନ୍ । ଯାହାଫଳରେ ଜାହାଜ କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଏଥିରେ କ୍ରେନ ଅପରେଟର ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଆଜି ସକାଳେ ବୋଥ୍ରା ସିପିଙ୍ଗ କମ୍ପାନୀର କ୍ରେନଟି ଏକ ବିଦେଶୀ ଜାହାଜ ‘MV ଆମସୀ ମ୍ୟାକ୍ସିମସ’ରୁ ଚୂନପଥର ଅନଲୋଡିଂ କରୁଥିଲା।ଏହି ସମୟରେ କ୍ରେନର ବୁମ୍ ଗ୍ରାଫଟି ଭାଙ୍ଗି ଯାଇଥିଲା। ଏହି ଅଘଟଣରେ କ୍ରେନ ଅପରେଟର ଆହତ ହୋଇଥିଲେ। ଏଥିସହ ବୁମ୍ ଗ୍ରାଫ୍ ଭାଙ୍ଗି ଜାହାଜ ଉପରେ ପଡି ସମୁଦ୍ର ପାଣିକୁ ଖସି ପଡିଥିଲା।