ପାର୍ଟପ୍ଲଟ୍ ବିକ୍ରି ପାଇଁ ହଟିଲା କଟକଣା। ଯେଉଁମାନେ ପ୍ଲଟିଂ କରି ବିକ୍ରି କରୁଥିଲେ, ସେମାନେ ଲେ ଆଉଟ୍ ପସ୍ତୁତ କରିବାକୁ ପଡ଼ିବ। ବିକ୍ରି ପାଇଁ ରାସ୍ତା ମଧ୍ୟ ଛାଡ଼ିବାକୁ ପଡ଼ିବ।ଡ୍ରେନ, ପାର୍କିଙ୍ଗ, ଓପନ ସ୍ପେସ ପାଇଁ ଆନୁସାଙ୍ଗିକ ବ୍ୟବସ୍ଥା ରଖି ଲେଆଉଟ କରି ବିଡିଏ କିମ୍ଵା ଗ୍ରାମାଞ୍ଚଳରେ ବିଡ଼ିଓଙ୍କ ନିକଟରେ ଦାଖଲ ପରେ ବିକି ପାରିବେ । ଦୀର୍ଘଦିନ ଧରି ପାର୍ଟ ପ୍ଲଟ ବନ୍ଦ ଥିବାରୁ ସରକାର କ୍ଷତି ସହୁଥିଲେ ଏବଂ ଲୋକ କ୍ଷତିରେ ଏବଂ ହଇରାଣ ହେଉଥିଲେ । ସମସ୍ତ ଷ୍ଟେକ ହୋଲଡରଙ୍କ ଆଖି ଆଗରେ ରଖି ସମସ୍ତ ବ୍ୟବସ୍ଥା କରାଯାଇଛି । କୃଷି ଜମି ଉପରେ ସମସ୍ତ କଟକଣା ହଟିଛି । କେବଳ ଘର ବାଡ଼ି ଜମିରେ କଟକଣା ରହିଛି ।ଗତକାଲି ଆସିଥିଲା ODA(ପ୍ଲାନିଙ୍ଗ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡ)2ୟ ସଂଶୋଧନ ରୁଲ୍ । ଏହି ନିୟମ ଅନୁଯାୟୀ, ଥରକେ ୫ ଶହ ବର୍ଗମିଟର କରିହେବ ବିକ୍ରି।
ବିନା ଅନୁମୋଦନରେ ୫ ଶହ ବର୍ଗମିଟର ଥରକେ ବିକ୍ରି କରିପାରିବେ। ମାତ୍ର ବିକ୍ରି ପାର୍ଟ ପ୍ଲଟ୍ ରିୟଲ ଇଷ୍ଟେଟ୍ ପାଇଁ ବ୍ୟବହାର ମନା। ଏକାଧିକ ଅଂଶିଦାର ଥିବା ଜମି କ୍ଷେତ୍ରରେ ବି ୫୦୦ ବର୍ଗମିଟର ବିକ୍ରି ହେବ।ସେହିଭଳି ଖୁଵଶୀଘ୍ର ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ନେଇ ମଧ୍ୟ ବାଟ ଫିଟିବ। ଫାଇଲ ପ୍ରୋସେସିଂ ଆରମ୍ଭ ହୋଇଛି । ଚୁଡାନ୍ତ ପ୍ରକ୍ରିୟାରେ ଅଛି ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।