ଟମାଟୋ ସହ ଅଧିକାଂଶ ପନି ପରିଵା ଦାମ ଵଢିଛି । କଟକ ଛତ୍ରଵଜାର ଅର୍ବାନ ହାଟରେ ଟମାଟୋ କିଲୋ ପ୍ରତି ୭୦ ରୁ ୮୦ଟଙ୍କା ରେ ଵିକ୍ରି ହେଉଥିବା ବେଳେ ଵିନ ଛୁଇଁ କିଲୋ ପିଛା ଶହେ କୋଡ଼ିଏ ଟଙ୍କାରେ ଵିକ୍ରି ହେଉଛି। ଅଧିକାଂଶ ପରିଵା ରେଟ ପଚାଶ, ଷାଠିଏ ଟଙ୍କାରୁ ଅଧିକ ରହିଛି। ତେବେ ଦେଶରେ ବର୍ଷା ଯୋଗୁଁ ଟମାଟୋ ଯୋଗାଣ ଓଡ଼ିଶାକୁ ବାଧାପ୍ରାପ୍ତ ହୋଇଛି। ଏଥିଯୋଗୁ ଦରବୃଦ୍ଧି ଘଟିଥିବା ବ୍ୟବସାୟୀମାନେ ମତ ଦେଉଥିଲେ ମଧ୍ୟ ଖାଉଟିମାନେ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଓଡ଼ିଶାକୁ ଏବେ କେବଳ ବେଙ୍ଗାଲୁରୁରୁ ଟମାଟୋ ଆସୁଛି। ସେଠାରେ ମଧ୍ୟ ବର୍ଷା ପାଇଁ ଅମଳ ପ୍ରଭାବିତ ହୋଇଛି। ଭୁବନେଶ୍ବରର ଆଇଗିଣିଆ ଏବଂ ଏକ ନମ୍ବର ମାର୍କେଟକୁ ପ୍ରତିଦିନ ପ୍ରାୟ ୧୦ ଗାଡ଼ି ଟମାଟୋ ଆସୁଛି। ବେଙ୍ଗାଲୁରୁରେ କିଣା ମୂଲ୍ୟ କେଜି ପିଛା୬୦ ଟଙ୍କା ପାଖାପାଖି ରହୁଛି। ଏଥିସହିତ ପରିବହନ ଖର୍ଚ୍ଚ ଅଛି। ପାଇକାରୀ ବଜାରରୁ ଖୁଚୁରା ବଜାରକୁ ଏହା ଚାରି ହାତ ହୋଇ ଗ୍ରାହକଙ୍କ ନିକଟରେ ପହଞ୍ଚୁଛି। ତେଣୁ ପ୍ରତି ପର୍ଯ୍ୟାୟରେ ୧୦ ଟଙ୍କା ଲେଖାଏଁ ରଖାଗଲେ ଦାମ ୧୦୦ ଟଙ୍କାରେ ପହଞ୍ଚି ଯାଉଛି।ଦୀର୍ଘ ୧୫ ଦିନ ହେବ ପରିବା ଦର ଆକାଶ ଛୁଆଁ ରହିଛି । ଦ୍ୱିତୀୟା ଓଷା ସମୟରେ ଭୁବନେଶ୍ୱରରେ ପରିବା ଦର ଯାହା ଥିଲା ଏବେ ନବରାତ୍ରି ବେଳେ ଏହା ୫ରୁ ୧୦ ଟଙ୍କା ବଢିଛି । ଟମାଟୋକୁ ବାଦ୍ ଦେଲେ କୁନ୍ଦୁରୀ କିଲୋ ୬୦, କଲରା ୮୦, ବାଇଗଣ ୬୦ରୁ ୮୦, ପୋଟଳ ୮୦, ଭେଣ୍ଡି ୮୦, ବିନ୍ ୮୦ରୁ ୧୦୦, ଝୁଡ଼ଙ୍ଗ ୬୦, କଖାରୁ ୪୦, ଜହ୍ନି ୭୦, କାଙ୍କଡ଼ ୧୨୦ ଟଙ୍କା ରହିଛି ।