ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ଘଟଣାରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ଭର୍ଚ୍ଚୁଆଲ ମୋଡ୍ରେ କୋର୍ଟରେ ହାଜର ହୋଇଥିବା ବେଳେ ମଙ୍ଗଳବାର କୋର୍ଟରେ ସରକାରୀ ଓକିଲଙ୍କ ଆର୍ଗୁମେଣ୍ଟ ଥିବା ବେଳେ ତାହା ଆସନ୍ତା ୯ ତାରିଖକୁ ଘୁଞ୍ଚିଯାଇଛି । ସୂଚନାମୁତାବକ ଗତ ୨୦୧୮ ମସିହା ଫେବୃଆରୀ ୨୩ ତାରିଖରେ ଲୋମହର୍ଷଣ କାରି ପାର୍ସଲ ବୋମା ଘଟଣା ଘଟିଥିଲା । ପାଟଣାଗଡ଼ ଅଧ୍ୟାପକ ଦମ୍ପତି ରବୀନ୍ଦ୍ର ସାହୁ ଓ ସଂଯୁକ୍ତା ସାହୁଙ୍କ ପୁଅ ବାହାଘରକୁ ଗିଫ୍ଟରେ ପାର୍ସଲବୋମା ଆସିଥିବା ବେଳେ ଖୋଲିଲାବେଳେ ସୋମ୍ୟଶେଖର ସାହୁ ଓ ତାଙ୍କ ସମ୍ପର୍କୀୟ ଜେଜେମା ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ହୋଇ ଅଳ୍ପକେ ବର୍ତ୍ତୀଯାଇଥିଲେ ରିମାରାଣୀ ।ଘଟଣାର ତଦନ୍ତ କରି କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮ ମସିହା ଏପ୍ରିଲ ୨୫ ତାରିଖରେ ଗିରଫ କରିଥିଲା I ସେବେଠାରୁ ପୁଞ୍ଜିଲାଲ ବଲାଙ୍ଗୀର ଜିଲ୍ଲା କାରାଗାରରେ ବିଚାର ବିଭାଗୀୟ କଏଦୀ ଭାବେ ଅଛନ୍ତି ।
