ପାଳିତ ହୋଇଯାଇଛି ସ୍ୱାୟତ୍ତ ଶାସନ ଦିବସ

ରାୟଗଡା ପୌରାଞ୍ଚଳରେ ପାଳିତ ହେଲା ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ। ପ୍ରତିବର୍ଷ ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ କରାଯାଏ । କ୍ଷମତାର ବିକେନ୍ଦ୍ରୀକରଣ ହେଉଛି ସ୍ବାୟତ୍ତ ଶାସନର ମୂଳମନ୍ତ୍ର । ଏହି ଶାସନର ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବାର ଉଦ୍ଦେଶ୍ୟ ନେଇ ଏହି ଦିବସ ପାଳନ କରାଯାଏ । ନିଜେ ନିଜକୁ ଶାସନ କରିବାକୁ ସ୍ବାୟତ୍ତ ଶାସନ କୁହାଯାଏ,ଏବଂ ଯେଉଁ ସଂସ୍ଥା ଦ୍ବାରା ନିଜେ ନିଜକୁ ଶାସନ କରୁ, ତାହାକୁ ସ୍ବାୟତ୍ତ ଶାସନ ସଂସ୍ଥା କୁହାଯାଏ । ଭାରତ ପରି ବିଶାଳ ଭୁଖଣ୍ଡର ୧୫୦ କୋଟି ଜନସାଧାରଣଙ୍କର ସବୁ ସମସ୍ୟା ସମାଧାନ କରିବା କେବଳ କେନ୍ଦ୍ର ସରକାର ବା ରାଜ୍ୟ ସରକାରଙ୍କ ପକ୍ଷେ ସମ୍ଭବ ନୁହେଁ । ତେଣୁ ତୃଣମୂଳ ସ୍ବରରେ କିଛି ଜନ ପ୍ରତିନିଧୂ ନିଜ ନିଜ ଅଞ୍ଚଳର ଉନ୍ନତି କରିଥାନ୍ତି । ଏହି ପରିପ୍ରେ୍ଷୀରେ ରାୟଗଡା ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ପି ମହେଶ୍ୱର ପଟ୍ଟନାୟକ ନେତୃତ୍ଵ ରେ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ଅର୍ପଣ କରାଯାଇ ଥିଲା। ଦ୍ବିତୀୟ ରେ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟ ରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ଆଶୁତୋଷ କୁଳକର୍ଣୀ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଅକ୍ଷୟ ଖେମୁଣ୍ଡ , ପୌର ପରିଷଦ ଅଧ୍ୟକ୍ଷା ସୁଭ୍ରା ପଣ୍ଡା, ପୌର ପରିଷଦ ଅଧ୍ୟକ୍ଷ କୁଲଦୀପ ଓ ପୌର ପରିଷଦ ର କାଉନସିଲର ଓ ଅଧିକାରୀ ଓ କିରାଣୀ ମାନେ ଯୋଗ ଦେଇଥିଲେ ଓ ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବକୃତା ରଚନା ଲିଖନ ଓ ଚିତ୍ର ଅଙ୍କନ ପ୍ରତିଯୋଗୀତା ରେ କୃତ୍ତି ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ସହଯୋଗ ଯୋଜନା ଅନ୍ତର୍ଗତ ତିନିଜଣଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲେ।

ଅଧିକ ପଢନ୍ତୁ

Odisha Darpan Digital