ପାହାଡ ବୁଦାମୂଳରୁ ନବଜାତ ଶିଶୁ ଉଦ୍ଧାର କଲେ ମହିଳା

କଟକ ଜିଲ୍ଲା ବାଙ୍କୀଗଡ଼ ନିକଟସ୍ଥ ସୁନଦେଇ ପାହାଡ ବାଲିଘାଟ ବୁଦା ନିକଟରେ କୁଁଆ କୁଁଆ ଡାକ ଶୁଣି ଥିଲେ ହରିରାଜ୍ ପୁର ଗ୍ରାମର ସ୍ଵାମୀ ପରିତ୍ୟକ୍ତା ଜଣେ ମହିଳା। ତାଙ୍କ ନାଁ ହେଉଛି ବର୍ଷା ଭୋଇ। ବ୍ରହ୍ମପୁରା ଗ୍ରାମର ନିଜର ସମ୍ପର୍କୀୟଙ୍କ ଘରୁ ସେହି ବାଟେ ବାଙ୍କୀ ଆସୁଥିବା ବେଳେ କୁଆଁ କୁଆଁ ଡାକ ତାକୁ ଅଟକାଇ ଦେଇଥିଲା। ସଙ୍ଗେ ସଙ୍ଗେ ଯାଇ ଶିଶୁ ପୁତ୍ର ଟିକୁ ଦେଖିବା ବେଳକୁ ଶୀତରେ ଥୁରୁ ଥୂରୁ ହୋଇ କାନ୍ଦୁଥିବାର ଦେଖି କୋଳରେ ଧରି ଘରକୁ ନେଇଆସିଥିଲେ । ପୁଅଟିକୁ ପାଇ ଖୁସି ହୋଇ ଯାଇଥିଲେ । କିନ୍ତୁ ଏହି ଖବର ଚାଇଲ୍ଡ ହେଲ୍ପ ଲାଇନ ଖବର ପାଇ ବାଙ୍କୀ ପୋଲିସ ସହିତ ଆସି ଶିଶୁ ପୁତ୍ର ଟି କୁ ନେଇ ଯାଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ମହିଳା ଜଣକ ।

ତେବେ ଏହି ସ୍ବାମୀ ପରିତ୍ୟକ୍ତ ମହିଳାଙ୍କର ଗୋଟିଏ ଝିଅଟିଏ ଅଛି । କିନ୍ତୁ ଏହି ତିନି ଦିନର ଶିଶୁ ପୁତ୍ରକୁ ଧରି ସାରା ଜୀବନ ଚଳି ଥାଆନ୍ତେ ବୋଲି ଭାବିଥିଲେ । ତେଣୁ ସେ ପାଇଥିବା ଶିଶୁ ପୁତ୍ରଟି ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି ।

ଅଧିକ ପଢନ୍ତୁ