ପିଆଜ ଦରରେ ଲାଗିଛି ନିଆଁ

ପିଆଜ ଦରରେ ଲାଗିଛି ନିଆଁ । ହାତ ମାରିବାକୁ ଲାଗୁଛି ଡର । ମହାରାଷ୍ଟ୍ର, , ଦିଲ୍ଲୀ , ଲକ୍ଷ୍ମୌରେ ପିଆଜ ଦର ରାତାରାତି ବୃଦ୍ଧି ପାଉଛି ।ଯେଉଁଠି ଦୁଇ ଦିନ ପୂର୍ବରୁ ଏକ କେଜି ପିଆଜ ଦାମ ୪୦ରୁ ୫୦ ଟଙ୍କା ଥିଲା ସେଠିଏବେ ଦର ୮୦ରୁ ୯୦ ଟଙ୍କାରେ ପହଞ୍ଚିଛି ଦରଦାମ ବଢ଼ିବା ପରେ କେବଳ ଖାଉଟି ନୁହେଁ ଗ୍ରାହକ ମଧ୍ୟ ଚିନ୍ତାରେ ପଡିଛନ୍ତି । ଦରବୃଦ୍ଧି ଚାପରେ ପେଷି ହେଉଥିବା ଗରିବ ଖାଉଟି ଉପରେ ଏହା ବେଡ଼ି ଉପରେ କୋରଡା ମାଡ ପରି । ପିଆଜ ପ୍ରତିବର୍ଷ ରାଜ୍ୟର ଖାଉଟିଙ୍କୁ ଏତେ ହନ୍ତସନ୍ତ କରୁଛି । ରାଜ୍ୟର ୫ଟି ଜିଲ୍ଲା ଯଥା କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାରେ ଚାଷୀମାନେ ପିଆଜ ଅଭାବୀ ବିକ୍ରି ସମସ୍ୟାରେ ବର୍ଷ ବର୍ଷ ଧରି ପିଡ଼ିତ । ସଂରକ୍ଷଣ ଅଭାବ ହେତୁ ଏ ପରିସ୍ଥିତି ସୃଷ୍ଟି ହେଉଛି ।

ଅଧିକ ପଢନ୍ତୁ

Odisha Darpan Digital