ପିଉସୀର ହାତ ଗୋଡ଼ ବାନ୍ଧି ସୁନା ଗହଣା ନେଇଗଲା ପୁତୁରା

ପିଉସୀର ହାତ ଗୋଡ଼ ବାନ୍ଧି ମୁହଁକୁ ପିଟି ପିଟି ଅଧମରା ପରେ ସୁନା ଗହଣା ଲୁଟିନେଇଥିଲା ପୁତୁରା। ଏଭଳି ଏକ ଅମାନବୀୟ ଘଟଣା ଘଟିଛି ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରେ । ନାଁ ତାଙ୍କର ସୁଷମା ମିଶ୍ର । ଭୁବନେଶ୍ୱର ଶୈଳେଶ୍ରୀ ବିହାରର ବାସିନ୍ଦା। ସେଦିନ ଥିଲା ଶୁକ୍ରବାର ଜୁଲାଇ ୦୪ ତାରିଖ । ସମୟ ପ୍ରାୟ ସକାଳ ସାଢ଼େ ୫ଟା । ହଠାତ ଘର ଭିରକୁ ପଶିଗଲେ ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ । ସୁଷମାଙ୍କ ମୁହଁ ଉପରେ ତକିଆ ପକାଇ ଅଣନିଶ୍ବାସୀ କରିଦେଲେ । ଘର ଭିତରେ ଘୋଷାଡ଼ି ଘୋଷାଡ଼ି ପିଟିଲେ । ଚିତ୍କାର କରିବାରୁ ତଣ୍ଟିକୁ ଚିପି ଧରି ମୁହଁକୁ ମୁଥ ପରେ, ମୁଥ ମାରି ଚାଲିଲେ । ପିନ୍ଧିଥିବା ସୁନା ଅଳଙ୍କାର ଛଡ଼ାଇ ନେଲେ । ଖାଲି ସେତିକି ନୁହେଁ ଘର ଭିତରେ କଳାକନା ବୁଲାଇବା ସହ ଏକ କାରରେ ଫେରାର ହୋଇଗଲେ । ଆଉ ଏହି ଛାତିଥରା କାହାଣୀ ପଛର ଖଳନାୟକ ଥିଲା ନିଜ ପୁତୁରା |ତେବେ ପୋଲିସ ଅନନ୍ତ ପାଖରୁ ସମସ୍ତ ସୁନା ଗହଣା , ଟଙ୍କାକୁ ସଂପୃକ୍ତ ପିଉସୀକୁ ହସ୍ତାନ୍ତର କରିଛନ୍ତି । ଏହି ଘଟଣାରେ ସଂପୃକ୍ତ ପୁତୁରାକୁ ଉଚ୍ଚିତ୍ ଦଣ୍ଡ ଦେବାକୁ ଦାବି କରିଛନ୍ତି ସୁଷମାଙ୍କ ପରିବାର ଲୋକେ ।

ଅଧିକ ପଢନ୍ତୁ

Odisha Darpan Digital