ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଡୋମିନିକା ରାଜ୍ୟଗୋଷ୍ଠୀର ସର୍ବୋଚ୍ଚ ଜାତୀୟ ସମ୍ମାନ ପ୍ରଦାନ କରାଯିବ। ଏ ସମ୍ପର୍କରେ ଡୋମିନିକା ପକ୍ଷରୁ ଘୋଷଣା କରାଯାଇଛି। ଆସନ୍ତା ସପ୍ତାହରେ ଗୁୟାନାରେ ହେବାକୁ ଥିବା ଇଣ୍ଡିଆ-କାରିକମ୍ ସମ୍ମିଳନୀରେ ରାଷ୍ଟ୍ରପତି ସିଲଭାଇନ ବର୍ଟନ ମୋଦୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବେ। ୨୦୨୧ ଫେବ୍ରୁଆରିରେ ପିଏମ୍ ମୋଦୀ ଡୋମିନିକାର ଏକ ବହୁମୂଲ୍ୟ ଉପହାର ଦେଇ କରୋନା ଭ୍ୟାକ୍ସିନ ଆଷ୍ଟ୍ରାଜେନିକାର ୭୦ ହଜାର ଡୋଜ ପଠାଇଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଉଦାରତା ଯୋଗୁଁ ଡୋମିନିକା ସରକାର ତାଙ୍କୁ ନିଜ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାସହ ପିଏମ୍ ମୋଦୀଙ୍କ ନେତୃତ୍ୱରେ ଭାରତ, ଡୋମିନିକାର ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଆଇଟି କ୍ଷେତ୍ରରେ ମଧ୍ୟ ସହଯୋଗ କରୁଛି । ଡୋମିନିକାରେ ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ବି ଭାରତ ସହଯୋଗ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନେକ ଦେଶ ନିଜର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିସାରିଛନ୍ତି । ଗତ ଜୁଲାଇରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଅର୍ଡର୍ ଅଫର୍ ସେଣ୍ଟ ଆଣ୍ଡ୍ରୁ ଦ’ ଏପୋଷ୍ଟଲରେ ସମ୍ମାନିତ କରିଥିଲେ ।