ପିଏସ, ଓଏସଡି ନିଯୁକ୍ତିରେ ନୂଆ ଗାଇଡଲାଇନ୍‌

ମନ୍ତ୍ରୀଙ୍କ ପ୍ରାଇଭେଟ୍ ସେକ୍ରେଟାରୀ, ଓଏସ୍‌ଡି ପାଇଁ ଗାଇଡଲାଇନ । ରାଜ୍ୟ ସରକାରଙ୍କ ଜିଏ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ନୂଆ ଗାଇଡଲାଇନ ଅନୁଯାୟୀ, ଅତିକମ୍‌ରେ ୫ ବର୍ଷ ଚାକିରି କରୁଥିଲେ ହେବେ ପିଏସ, ଓଏସଡି । ଅତିରିକ୍ତ ସଚିବ, ଯୁଗ୍ମ ସଚିବ ପାହ୍ୟା ଅଫିସର ହେବେ ପିଏସ। ମନ୍ତ୍ରୀଙ୍କ ପିଏସ ମଧ୍ୟ ଏହି କ୍ୟାଡର ଅଫିସର ନିଯୁକ୍ତି ପାଇବେ। ସେହିଭଳି ଯୁଗ୍ମ ସଚିବ, ଉପ ସଚିବ ପାହ୍ୟା ଅଫିସର ହେବେ ଓଏସଡି। ପୂର୍ବରୁ ପ୍ରାଇଭେଟ୍ ସେକ୍ରେଟାରୀ, ଓଏସ୍‌ଡି ଥିଲେ ୫ ବର୍ଷ ବ୍ୟବଧାନ ଜରୁରୀ । ପୂର୍ବ ନିଯୁକ୍ତି ଓ ବର୍ତ୍ତମାନ ନିଯୁକ୍ତି ମଧ୍ୟରେ ୫ ବର୍ଷ ବ୍ୟବଧାନ ବାଞ୍ଛନିୟ । ସଂପୃକ୍ତ ଅଧିକାରୀଙ୍କ ନାଁରେ କିଛି ମାମଲା ବିଚାରାଧୀନ ନଥିବା ଜରୁରୀ । ଶୃଙ୍ଖଳାଗତ, ଭିଜିଲାନ୍ସ କିମ୍ବା ଫୌଜଦାରୀ ମାମଲା ନଥିବା ଆବଶ୍ୟକ ।ଚାକିରିର ଅତିକମ୍‌ରେ ୩୬ ମାସ ବହୁତ ଭଲ କାମ କରିଥିବେ।

ଅଧିକ ପଢନ୍ତୁ