ପିଏ ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲା । ମାଲକାନଗିରି ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ମିଳିଲା ଜାମିନ ।

ମାଲକାନଗିରି ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ମିଳିଲା ଜାମିନ । ମନୀଷଙ୍କୁ ଜାମିନ ପ୍ରଦାନ କଲେ ମାଲକାନଗିରି SDJM କୋର୍ଟ । ୫୦ ହଜାର ଟଙ୍କାର ୨ଟି ମୁଚାଲିକା ବଦଳରେ ତାଙ୍କୁ ଜାମିନ ମିଳିଛି । ପ୍ରକାଶଥାଉକି, 2019 ଡିସେମ୍ବର 27ରେ ସନ୍ଦେହ ଜନକ ଭାବେ ନିଖୋଜ ହୋଇଯାଇଥିଲେ ମାଲକାନାଗିରିର ପୂର୍ବତନ ଜିଲ୍ଲାପାଳ ଅନୀଷ ଅଗ୍ରଓ୍ବାଲଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡା । ଦିନକ ପରେ ମାଲକାନଗିରି ସତିଗୁଡା ଜଳ ଭଣ୍ଡାରରୁ ଦେବ ନାରାୟଣ ପଣ୍ଡାଙ୍କ ମୃତଦେହ ଠାବ ହୋଇଥିଲା । ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଥିଲେ ମୃତ ଦେବ ନାରାୟଣ ପଣ୍ଡାଙ୍କ ପତ୍ନୀ ବନଜା ପଣ୍ଡା । ସ୍ବାମୀଙ୍କ ମୃତ୍ୟୁ ପାଇଁ ସେ ତତ୍କାଳୀନ ଜିଲ୍ଲାପାଳଙ୍କୁ ଦାୟୀ କରିଥିଲେ ।ବନଜା, ପ୍ରଥମେ ମାଲକାନଗିରି କୋର୍ଟ ପରେ ହାଇ କୋର୍ଟ ଓ ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଅଧିକ ପଢନ୍ତୁ

kc ads