ପିଓକେ (Pok) ଯାଇପାରିବନି ଚାମ୍ପିୟନ୍ସ ଟ୍ରଫି ।

ଆସନ୍ତା ବର୍ଷ ପାକିସ୍ତାନ ଦ୍ୱାରା ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେବ। ଏହା ପୂର୍ବରୁ ପ୍ରଚାର,ପ୍ରସାର ବା ସହର ପରିକ୍ରମା କରିବା ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପାକିସ୍ତାନକୁ ଟୁର୍ନାମେଣ୍ଟ ଟ୍ରଫି ପଠାଇଛି। ଏହି ଟ୍ରଫି ଗୁରୁବାର (୧୪ ନଭେମ୍ବର) ଇସଲାମାବାଦରେ ପହଞ୍ଚିଛି। କିନ୍ତୁ ସେପଟେ ପାକିସ୍ତାନକୁ ଏକ ବଡ଼ ଝଟକା ଲାଗିଛି। ପାକିସ୍ତାନ ଏବେ ଏହି ଟ୍ରଫିକୁ ପାକିସ୍ତାନ ଅଧିକୃତ କାଶ୍ମୀର (ପୋକ୍) କୁ ପଠାଇ ପାରିବେ ନାହିଁ। ନଭେମ୍ବର ୧୬ରୁ ନଭେମ୍ବର ୨୪ ତାରିଖ ଯାଏଁ ଏହି ଟ୍ରଫି ପାକିସ୍ତାନ ଭ୍ରମଣ କରିବ । ଏହାସହ ପାକ୍ ଅଧିକୃତ କାଶ୍ମୀରକର ତିନୋଟି ସହରକୁ ମଧ୍ୟ ଟ୍ରଫି ନେବାକୁ ପ୍ଲାନ୍ ପ୍ରସ୍ତୁତ ହେଇଥିଲା । ହେଲେ ବିସିସିଆଇର ଅଭିଯୋଗ ପରେ ଏବେ ଏହାକୁ ବାତିଲ୍ କରିଛି ପାକିସ୍ତାନ୍ କ୍ରିକେଟ୍ ବୋର୍ଡ ।

ଅଧିକ ପଢନ୍ତୁ

Odisha Darpan Digital