ପିକନିକ୍ ପାଇଁ ଯାଉଥିବା ଗାଡ଼ି ପାଇଁ ଆବଶ୍ୟକ ସ୍ୱତନ୍ତ୍ର SOP ଅନୁମତି

ଶୀତଋୁତୁ ଆରମ୍ଭ ସହ ଜମିଛି ପିକ୍‌ନିକ୍‌ ଆସର। ରାଜ୍ୟର ବିଭିନ୍ନ ପ୍ରସିଦ୍ଧ ସ୍ଥାନମାନଙ୍କରେ ବଣଭୋଜି ପାଇଁ ମଧ୍ୟ ଲୋକଙ୍କ ଖୁବ୍‌ ଭିଡ଼ ଦେଖିବାକୁ ମିଳିଛି।ତେବେ ପିକନିକ୍‌ ଋତୁରେ ମାତ୍ରାଧିକ ଦୁର୍ଘଟଣା ରୋକିବା ପାଇଁ ଓଡ଼ିଶା ପରିବହନ ବିଭାଗ ପକ୍ଷରୁ ମାନକ ସଂଚାଳନ ପ୍ରକ୍ରିୟା(ଏସଓପି)ଜାରି କରାଯାଇଛି। ଏହି ନୁଆ ଏସଓପିରେ କଠୋର ନିୟମାବଳୀ ରହିଛି। ଯଦି ଆପଣମାନେ ପିକନିକ୍ ଯିବା ପାଇଁ ଯୋଜନା କରୁଛନ୍ତି, ତେବେ ଏସବୁ ବିଷୟରେ ପ୍ରଥମେ ଜାଣି ନିଅନ୍ତୁ।ମଦ୍ୟପାନ କରି ଗାଡି ଚଳାଇଲେ ଡ୍ରାଇଭରଙ୍କୁ ତୁରନ୍ତ ଗିରଫ କରାଯାଇ ଲାଇସେନ୍ସ ବାତିଲ କରାଯିବ । ଦୂର ଯାତ୍ରାକୁ ପିକନିକ ପାଇଁ ଗଲେ ଆସିଷ୍ଟାଣ୍ଟ ରଖିବାକୁ ହେବ। ପିକନିକ ଯାତ୍ରା ପାଇଁ ଯାନବାହନ ମାଲିକମାନଙ୍କୁ ସମ୍ପୃକ୍ତ ଆରଟିଓରୁ ସ୍ୱତନ୍ତ୍ର ଅନୁମତି ନେବା ଦରକାର ।

ପ୍ରତ୍ୟେକ ପିକନିକ୍ ସ୍ପଟ୍ ନିକଟରେ କର୍ମଚାରୀ ପରିବହନ ବିଭାଗ କର୍ମଚାରୀ ନିୟୋଜିତ ରହିବେ। ଯେଉଁ ଯାନଗୁଡ଼ିକର ଫିଟନେସ୍ ସାର୍ଟିଫିକେଟ୍ ବଳବତ୍ତର ଅଛି, କେବଳ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନୁମତି ମିଳିବ। ଡ୍ରାଇଭିଂ ଲାଇସେନ୍ସ ନଥାଇ ଗାଡ଼ି ନେଇଥିଲେ ଗାଡ଼ିକୁ ଅଟକ ରଖାଯିବ। ଏହା ବ୍ୟତୀତ ପିକ୍‌ନିକ୍‌ ଗାଡ଼ିରେ ଦହନଶୀଳ ସାମଗ୍ରୀ ଯଥା ରନ୍ଧନ ଗ୍ୟାସ ଓ ବାଣ ପରିବହନ କରିବାକୁ ଅନୁମତି ମିଳିବ ନାହିଁ।

ଅଧିକ ପଢନ୍ତୁ

kc ads