କିଛି ଦିନର ବିରତି ପରେ ଏବେ ପୁଣି ଥରେ ପିପିଲିକୁ ଫେରିଲା ବାର୍ଡ ଫ୍ଲୁ! ପିପିଲିରେ ପୁଣି କୁକୁଡ଼ା ମଡ଼କ । ଅଜଣା ରୋଗରେ ଅନେକ ଫାର୍ମରେ ଶହ ଶହ କୁକୁଡ଼ା ମରି ପଡିଥିବା ଜଣାପଡିଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି କୁକୁଡା ଚାଷୀ । ବର୍ତ୍ତମାନ ଯଦି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନନିଆଯାଏ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ଦେଖାଦେବାର ଆଶଙ୍କା ରହୁଛି। ମରିଥିବା କୁକୁଡ଼ାଙ୍କୁ ଚାଷୀ ପୋତିବ କେମିତି ତାକୁ ନେଇ ଚିନ୍ତାରେ। ପ୍ରଶାସନ ତରଫରୁ ପରୀକ୍ଷା କରିବାକୁ ଚାଷୀ ଦାବି କରୁଛନ୍ତି। ଗତ ସପ୍ତାହେ ଭିତରେ ପିପିଲି ଅଞ୍ଚଳର ଅନେକ ଫାର୍ମରୁ ୨ ହାଜରରୁ ଅଧିକ କୁକୁଡ଼ା ମରିଥିବା ନେଇ ସୂଚନା ମିଳିଛି ।
