ପିଲାଙ୍କ ମନରେ ଉତ୍ସାହ ଭରିଥାଏ ବାର୍ଷିକ ଉତ୍ସବ

ନୟାଗଡ଼,(ଓଡ଼ିଶା ଦର୍ପଣ): ଶିଶୁମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଥିବା ଲୁକ୍କାୟିତ ପ୍ରତିଭା ବାର୍ଷିକୋତ୍ସବ ପାଳନ ମାଧ୍ୟମରେ ପରିସ୍ଫୁଟିତ ହେବା ସହିତ ପିଲାଙ୍କ ମନରେ ଭରିଥାଏ ଉତ୍ସାହ । ପିଲାମାନଙ୍କ ଶିକ୍ଷଣ ଦକ୍ଷତା ବ୍ୟତୀତ ସେମାନଙ୍କ ମଧ୍ୟରେ ଥିବା କଳା, ସାହିତ୍ୟ, ସଂସ୍କୃତି, ସଙ୍ଗୀତ, ଅଭିନୟ ଆଦିରେ ରହିଥିବା ଦକ୍ଷତା ପ୍ରତିପାଦନ କରିବା ପାଇଁ ବାର୍ଷିକ ଉତ୍ସବ ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ନୟାଗଡ଼ ବ୍ଲକ ଅନ୍ତର୍ଗତ ଇଟାମାଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକଉତ୍ସବରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆୟୋଜିତ ବାର୍ଷିକୋତ୍ସବ ସଭାରେ ମୁଖ୍ୟଅତିଥି ଭାବେ ଇଟାମାଟି ସରପଞ୍ଚ ସ୍ଵପ୍ନେଶ୍ଵର ସେଠୀ ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ ଏବଂ ସମ୍ମାନିତ ଅତିଥି ଭାବେ ରଙ୍ଗନାଥ ବେହେରା, ରମେଶ ଚନ୍ଦ୍ର ପଟ୍ଟନାୟକ, ଚକ୍ରଧର ପଟ୍ଟନାୟକ, ମାଗୁଣି ଚରଣ ଖଣ୍ଡା, ସୁରଜ କୁମାର ସାହୁ, କାର୍ତ୍ତିକେଶ୍ୱର ସେଠୀ, ବାସନ୍ତୀ ସେଠୀ ଏବଂ ସିଆରସିସି ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଆଲୁମିନି କମିଟି ସଭାପତି ଜଗନ୍ନାଥ ଦାସଙ୍କ  ପୌରୋହିତ୍ୟରେ ଆୟୋଜିତ ଏହି ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ହରପ୍ରିୟା ସ୍ୱାଇଁ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ ଅଶୋକ କୁମାର ମଲ୍ଲ ମଞ୍ଚ ପରିଚାଳନା ଏବଂ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ପରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଶିକ୍ଷକ ରାଜେଶ କୁମାର ମିଶ୍ର, କଳ୍ପଲତା ଦେବୀ ଏବଂ ମମତା ମହାପାତ୍ର ପ୍ରମୁଖଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଅଧିକ ପଢନ୍ତୁ