ଆଜି ରାଜସ୍ବ ମନ୍ତ୍ରୀ ସମ୍ବଲପୁର ଗସ୍ତରେ ଥିବା ସମୟରେ ସେ ପ୍ରଥମେ ସମ୍ବଲପୁର ସହରର ଚନ୍ଦ୍ରଶେଖର ବେହେରା ଜିଲ୍ଲା ହାଇସ୍କୁଲକୁ ଯାଇ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଏହି ସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସହ ସ୍କୁଲ ପରିଚାଳନା ନେଇ ଆଲୋଚନା କରିଥିଲେ l ଏହା ପରେ ସେ ନୂତନ ଶିକ୍ଷା ନୀତି କେତେଦୂର ପର୍ଯ୍ୟନ୍ତ ଲାଗୁ ହୋଇଛି ସେନେଇ ମଧ୍ୟ ସମୀକ୍ଷା କରିଥିଲେ lରାଜସ୍ବ ମନ୍ତ୍ରୀ ଯେହେତୁ ଏହି ସ୍କୁଲରେ ପାଠ ପଢିଥିଲେ ସେଥିପାଇଁ ସେ ଶ୍ରେଣୀ ଗୃହକୁ ଯାଇ ବିଦ୍ୟାର୍ଥୀ ମାନଙ୍କ ସହ ବେଞ୍ଚ୍ରେ ବସିଥିଲେ l ସେ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ, ସାଧରଣ ଜ୍ଞାନ ତଥା ମଧ୍ୟଯୁଗୀୟ ଭାରତୀୟ ଇତିହାସ ବାବଦରେ କେତୋଟି ପ୍ରଶ୍ନ କରିଥିଲେ l ସ୍କୁଲ ଗସ୍ତ କରି ମନ୍ତ୍ରୀ କହିଛନ୍ତି ଯେ ‘‘ଏହି ସ୍କୁଲ ବହୁତ ପୁରୁଣା ଅଟେ l ଏହି ସ୍କୁଲ ସ୍ୱାଧୀନତା ସଂଗ୍ରାମୀଙ୍କୁ ମଧ୍ୟ ଜନ୍ମ ଦେଇଛି l ତେଣୁ ଏହି ସ୍କୁଲକୁ ଆଗାମୀ ଦିନରେ ହେରିଟେଜ ସ୍କୁଲ କରିବାକୁ କଣ ସବୁ ପଦକ୍ଷେପ ନିଆଯିବ ସେନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ଠାରୁ ଟିପ୍ସ ନେଇଛି l ଏନେଇ ଯଥାଶୀଘ୍ର ଶିକ୍ଷା ସଚିବ ଓ ନିର୍ଦେଶକଙ୍କ ସହ ଆଲୋଚନା କରିବି l
