ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ ଅଭିଯୋଗ ହୋଇଛି । ମୃତ ହେଉଛନ୍ତି ଲକ୍ଷ୍ମୀ ସାହୁ। ମହିଳାଙ୍କ ଭାଇ ମେଣ୍ଡିପାଲି ଗାଁର ମୁରଲୀ ସାହୁଙ୍କ ଅଭିଯୋଗ କରିଛନ୍ତି। ପୋଲିସ୍ ଅଭିଯୁକ୍ତ ସ୍ବାମୀ ଯଶୋବନ୍ତ ସାହୁକୁ ଅଟକ ରଖିଛି।ଖବର ଅନୁଯାୟୀ, ମେଣ୍ଢିପାଲି ଗାଁର ଲକ୍ଷ୍ମୀ ଗତ ୨୬ ବର୍ଷ ତଳେ ଯଶୋବନ୍ତକୁ ବିବାହ କରିଥିଲେ। ଦୀର୍ଘ ବର୍ଷର ବୈବାହିକ ଜୀବନ ମଧ୍ୟରେ ଉଭୟଙ୍କର କୌଣସି ସନ୍ତାନସନ୍ତତି ନଥିଲେ। ଦୁହେଁ ନିଃସନ୍ତାନ ଜୀବନ ବିତାଉଥିଲେ। ଇତିମଧ୍ୟରେ ଯଶୋବନ୍ତର ବାପା ପ୍ରାଣବନ୍ଧୁଙ୍କ ମୃତ୍ୟୁ ହୋଇଯାଇଥିଲା। ଲକ୍ଷ୍ମୀଙ୍କର କୌଣସି ପିଲାଛୁଆ ନ ହେବାରୁ ଯଶୋବନ୍ତ ୩ ବର୍ଷ ତଳେ ଦ୍ବିତୀୟ ବିବାହ କରିଥିଲେ। ଯଶୋବନ୍ତର ନିର୍ଯାତନାରେ ଅତିଷ୍ଠ ହୋଇ ଗୁରୁବାରୀ କିଛି ମାସ ପରେ ବାପ ପଳାଇଥିଲେ। ଗତ ରବିବାର ରାତିରେ ଗାଁ ପୋଖରୀ ନିକଟ ଚାଷଜମିରେ କିଛି ଜଳୁଥିବା ଦେଖିବାକୁ ମିଳିଥିଲା। ଧାନ ଅମଳ ପରେ ଚାଷ ଜମିରେ କେହି ନିଆଁ ଲଗାଇଥିବେ ବୋଲି ଭାବି ସେମାନେ ଘଟଣାକୁ ଗୁରୁତ୍ବ ଦେଇନଥିଲେ। ସୋମବାର ସକାଳେ କେତେଜଣ ଲୋକ ବିଲରେ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖି ଫାଣ୍ଡିକୁ ସୂଚନା ଦେଇଥିଲେ । ପୋଲିସ୍ ତଦନ୍ତ କରିବା ପରେ ଲକ୍ଷ୍ମୀଙ୍କ ପରିଚୟ ମିଳିଥିଲା । ଏହି ଘଟଣାର ଅଧିକ ତଥ୍ୟ ପାଇଁ ତଦନ୍ତ ଆରମ୍ଭ କରିଛି ପୋଲିସ ।
