ପୀଡ଼ିତାଙ୍କୁ ଠିକ୍ ସମୟରେ ମିଳିବ ନ୍ୟାୟ

ଭରତପୁର ଘଟଣାକୁ ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, ପୀଡ଼ିତାଙ୍କୁ ନ୍ୟାୟ ମିଳିବ। ଯେଉଁମାନେ ବି ଦୋଷୀ, କାହାରିକୁ ଛଡ଼ାଯିବ ନାହିଁ। ମହିଳାଙ୍କ ନିର୍ଯାତନା ରୋକିବାକୁ ସରକାର ସଚେତନ ଅଛନ୍ତି ଏବଂ ପଦକ୍ଷେପ ନେଉଥିବା ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସୋମବାର ଲୋକସେବା ଭବନରେ ମେଜର ଏବଂ ତାଙ୍କ ବାନ୍ଧବୀ ଭେଟିଛନ୍ତି ।ସେମାନଙ୍କ ସହ ସମ୍ପୃକ୍ତ ଯୁବତୀଙ୍କ ବାପା ଓ କିଛି ଅବସରପ୍ରାପ୍ତ ସେନା ଅଧିକାରୀ ବି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି।ତେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ସମ୍ପୃକ୍ତ ପୀଡ଼ିତା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରମାଣ କରିଦେଲେ ଯେ ସେ ଲୋକଙ୍କ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରମାଣ କରିଦେଲେ ଯେ ସେ ଲୋକଙ୍କ ମୁଖ୍ୟମନ୍ତ୍ରୀ । ଏଥିସହ ବିଚାରବିଭାଗୀୟ ତଦନ୍ତ ପାଇଁ ନିଦେ୍ର୍ଧଶ ଦେଇଥିବାରୁ ପୀଡ଼ିତା ଜଣଙ୍କ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଅଧିକ ପଢନ୍ତୁ