ଆଇନଜୀବୀ ପୀତବାସ ହତ୍ୟାକାଣ୍ଡରେ ଆହୁରି କିଛି ଅଭିଯୁକ୍ତ ଅଛନ୍ତି । ଅପରାଧୀଙ୍କୁ ଖସାଇବାରେ ସାହାଯ୍ୟ କରିବା ସହିତ ପ୍ରମାଣ ନଷ୍ଟ ଲାଗି ଷଡ଼୍ଯନ୍ତ୍ର କରୁଛନ୍ତି । ସେମାନଙ୍କୁ ଧରିବାକୁ ପୁଲିସ ଧରପଗଡ଼ ଆରମ୍ଭ କରିଥିବା କୁହାଯାଉଛି । ଏପଟେ ମୁଖ୍ୟ ଅଭିଯୁକ୍ତ ଗିରଫ ହେବାର ମାସେ ପୁରିଛି । ଏହାରି ଭିତରେ ୪ ଅଭିଯୁକ୍ତଙ୍କୁ ଦ୍ବିତୀୟ ଥର ରିମାଣ୍ଡରେ ଆଣି ପୁଲିସ ଘଣ୍ଟାଚକଟା କରିଛି । ତେବେ ଏହି ମାମଲାରେ ଆଉ କିଏ ସବୁ ରହିଛନ୍ତି ତାହା ଏବେ ବଡ଼ ପ୍ରଶ୍ନ ହୋଇଛି । ଅନ୍ୟପଟେ ପୁଲିସ ମାମଲାର ଚାର୍ଜସିଟ୍ ଠିକ୍ ସମୟରେ କରିବାକୁ ଯୋଜନା କରିଛି । ଏଥିପାଇଁ ସମସ୍ତ ପ୍ରକାର ତଥ୍ୟ ପ୍ରମାଣ ପୁଲିସ ଯୋଗାଡ଼ କରିଛି । ଆଉ କିଛି ପ୍ରମାଣ ଏବେ ବି ସଂଗ୍ରହ ଚାଲିଛି । ରିମାଣ୍ଡରେ ଆସିଥିବା ୪ ଅଭିଯୁକ୍ତଙ୍କ ଠାରୁ ପୁଲିସ ଅର୍ଥନୈତିକ କାରବାର ଗୁମର ଖୋଲିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି ।
