ପୀତବାସ ହତ୍ୟାକାଣ୍ଡ ମାମଲା; ଖୁବଶୀଘ୍ର ସମସ୍ତେ ଗିରଫ ହେବେ: ଡିଜିପି

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣା । ଖୁବୀଶୀଘ୍ର ଘଟଣାର ପର୍ଦ୍ଦାଫାଶ ହେବ । ତଦନ୍ତବେଳେ ପୁଲିସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ପୁଲିସ ଡିଜି ୱାଇବି ଖୁରାନିଆ । ବିହାରରୁ ୨ ଜଣଙ୍କୁ ଉଠାଇ ଆଣିଛି ପୋଲିସ । ଜଣେ ସାର୍ପ ସୁଟର, ଅନ୍ୟ ଜଣେ ରେକି ଟିମରେ ସାମିଲ ଅଛନ୍ତି । ପୀତବାସଙ୍କ ଘନିଷ୍ଠ ସହେଯାଗୀ ଓ ଜଣେ ବ୍ୟବସାୟୀଙ୍କୁ ମଧ୍ୟ ଜେରା କରାଯାଇଛି । ବିହାର, ଦିଲ୍ଲୀ ଓ କୋଲକାତାରେ ଓଡିଶା ପୋଲିସ ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରିଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital