ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ଟିଆଇ ପରେଡ଼ ରିପୋର୍ଟ ଆସିଛି । । ଟିଆଇ ପରେଡ଼୍ ଦ୍ୱାରା ଚିହ୍ନଟ ହେଲେ କେବଳ ଚିଣ୍ଟୁ ଓ କୁରୁପତି । ୮ ଜଣଙ୍କର ହୋଇଥିଲା ଟିଆଇ ପରେଡ଼୍ ।ଜେଏମଏଫସି (ଏଲ ଆର ଏବଂ ଏଲ ଟି ଭି) ବ୍ରହ୍ମପୁର ଦୀପିକା ବଡ଼ମାଳିଙ୍କ ଉପସ୍ଥିତିରେ ୫ଜଣ ସାକ୍ଷୀ ଦୁଇଟି ପର୍ଯ୍ୟାୟରେ ମୋଟ ୮ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ଟିଆଇ ପରେଡ଼ ପ୍ରକ୍ରିୟା ହୋଇଥିଲା ।ଗତ ସୋମବାର କୁରୁପତି ଭୂୟାଁ, ବିଷ୍ଣୁ ପ୍ରଧାନ ଓ ଯୋଗେନ୍ଦ୍ର ରାଉତ ଓରଫ ଯୋଗୀଙ୍କ ଟିଆଇ ପରେଡ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ଟିଆଇ ପରେଡ଼ରେ ସାକ୍ଷୀମାନେ କାହାରିକୁ ଚିହ୍ନଟ କରିପାରି ନଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ହୋଇଥିବା ଟିଆଇ ପରେଡ଼ରେ ଚିଷ୍ଣୁ ପ୍ରଧାନ ଓ କରୁପତି ଭୂୟାଁଙ୍କୁ ସାକ୍ଷୀ ଚିହ୍ନଟ କରିଥିବା ଜଣାପଡ଼ିଛି। ତେବେ ଯୋଗୀ ଓରଫ ଯୋଗେନ୍ଦ୍ର ରାଉତଙ୍କୁ ସାକ୍ଷୀ ଚିହ୍ନଟ କରିପାରିନଥିବା ସୂଚନା ମିଳିଛି।
