
ନୟାଗଡ଼,(ଓଡ଼ିଶା ଦର୍ପଣ): ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ, ଅଞ୍ଜଳି ମଛଖଣ୍ଡ ଙ୍କ ନିର୍ଦେଶରେ ଅଧିକାର ମିତ୍ର ,ପ୍ରଫୁଲ୍ଲ କୁମାର ବେହେରାଙ୍କ ତତ୍ୱlବଧାନରେ ପ୍ରତାପ ପ୍ରସାଦ ନିବାସୀ ସୁବର୍ଣ୍ଣ ଦେଇଙ୍କୁ ଲେଖନପୁର ସ୍ଥିତ ‘ସମର୍ପଣ ‘ ବୃଦ୍ଧାଶ୍ରମରେ ପୁନଃ ଥଇଥାନ କରାଯାଇଛି l ସୁବର୍ଣ୍ଣ ଦେଇଙ୍କ ସ୍ଵାମୀଙ୍କ ଦେହାନ୍ତ ପରେ ତାଙ୍କର ଦୁଇ ପୁଅ, ବୋହୂ ତାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା l ଏଥିରେ ସେ ଅତିଷ୍ଠ ହୋଇ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଦ୍ବାରସ୍ଥ ହୋଇ ଥିଲେ l ଏହାପରେ ସଚିବ ଶ୍ରୀମତୀ ମଛଖଣ୍ଡଙ୍କ ନିର୍ଦ୍ଦେଶରେ ଥଇଥାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ପ୍ରକାଶ ଥାଉକି, ଏକ ବର୍ଷ ତଳେ ଏହି ସୁବର୍ଣ୍ଣ ମାଉସୀ ଙ୍କୁ ବୃଦ୍ଧାଶ୍ରମରେ ମଧ୍ୟ ଆଇନ୍ ସେବା ପ୍ରାଧିକରଣ ତରଫରୁ ଥଇଥାନ କରା ଯାଇ ତାଙ୍କ ପରିବାରକୁ ବୁଝାସୁଝା କରି ହସ୍ତାନ୍ତର କରା ଯାଇଥିଲା l ସେମାନେ ନିଜ ନିଜର ଭୂଲ୍ ବୁଝି ପାରି ମା ‘ ଆପଣେଇ ନେଇଥିଲେ। କିନ୍ତୁ , କିଛି ଦିନ ପାଖରେ ରଖିଲା ପରେ ପୁନଃ ନିର୍ଯାତନା ଆରମ୍ଭ କରି ଦେଇଥିଲେ । ସୁବର୍ଣ୍ଣ ମାଉସୀଙ୍କ ଠାରୁ ସମସ୍ତ ଘଟଣା ବୁଝି ସଚିବ ସମର୍ପଣର ସଭାପତି, ଅରୁଣ କୁମାର ମହାନ୍ତିଙ୍କ ସହିତ ଯୋଗାଯୋଗ କରି ଅଧିକାର ମିତ୍ର, ପ୍ରଫୁଲ୍ଲ କୁମାର ବେହେରାଙ୍କ ତତ୍ୱlବଧାନରେ ସମର୍ପଣ ଦାୟିତ୍ବ ଥିବା କର୍ମୀ ସିତlରlମଙ୍କୁ ସାକ୍ଷାତ କରି ପଞ୍ଜିକରଣ କରିବା ପରେ ସୁବର୍ଣ୍ଣ ମାଉସୀଙ୍କୁ ପୁନଃ ଥଇଥାନ କରାଯାଇଛି। ଆଇନ୍ ସେବା ପ୍ରାଧିକରଣର ସଚିବ ଏବଂ ଅଧିକାର ମିତ୍ରଙ୍କ ତ୍ୱରିତ ଏପରି ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।
