ପୁଞ୍ଜିଲାଲଙ୍କ ବୟାନ ରେକର୍ଡ ଶେଷ !୨୪୫ ପ୍ରଶ୍ନ ପଚାରିଥିବା ସୂଚନା

ବହୁଚର୍ଚ୍ଚିତ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ଘଟଣା । ଆଜି ହୋଇଛି ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରର ବୟାନ ରେକର୍ଡ । ଏନେଇ ଅଭିଯୁକ୍ତ ପୁଞ୍ଜିଲାଲକୁ ବଲାଙ୍ଗୀର କାରାଗାରରୁ ଅଣାଯାଇ ପାଟଣାଗଡ଼ ଏସଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା ।ଅଭିଯୁକ୍ତ ପୁଞ୍ଜିଲାଲଙ୍କୁ ଏଡିଜେ ୨୪୫ ପ୍ରଶ୍ନ ପଚାରିଥିବା ସୂଚନା ମିଳିଛି। ପୁଞ୍ଜିଲାଲ ଅଧିକାଂଶ ପ୍ରଶ୍ନର ଉତ୍ତରରେ ‘ନା’ କହିଥିବା ଜଣାପଡିଛି। ଏପରିକି ଆସନ୍ତା ୧୩ ତାରିଖରେ ପ୍ରତିପକ୍ଷଙ୍କ ବୟାନ ରେକର୍ଡ କରିବାକୁ ପୁଞ୍ଜିଲାଲ କୋର୍ଟରେ ଅପିଲ କରିଥିବା ଏକ ବଡ଼ ସୂଚନା ମିଳିଛି।

ଏହି ଘଟଣାରେ ପୂର୍ବରୁ ୬୩ ଜଣଙ୍କ ବୟାନ ରେକର୍ଡ ହୋଇସାରିଥିବା ବେଳେ ଆଜି ଅଭିଯୁକ୍ତ ପୁଞ୍ଜିଲାଲଙ୍କ କୋର୍ଟରେ ଶେଷ ବୟାନ ରେକର୍ଡ ଶେଷ ହୋଇଛି। ମାମଲାର ସମସ୍ତ ବୟାନ ରେକର୍ଡ ପରେ ବିଚାପତି ଏହି ମାମଲାର ରାୟ ପ୍ରକାଶ କରିବେ। ଏହି ମାମଲାର ଖୁବ୍‌ ଶୀର୍ଘ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।

ଅଧିକ ପଢନ୍ତୁ